🔥 TRENDING मेराल के किसान ने ओवरफ़्लाई के नीचे टो... J&K CM Omar Abdullah Urges Timely Laun... 65 Foreign Terrorists Identified in Ka... ਅਕਾਲੀ-ਭਾਜਪਾ ਗੱਠਜੋੜ 'ਤੇ ਬਿਕਰਮ ਮਜੀਠੀਆ ਦਾ... ड्राइवर की लापरवाही से गाड़ी फँसी, सुर... Driver Dies of Heart Attack in Jagraon...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଐତିହାସିକ କଟକ ବାଲିଯାତ୍ରା ମହୋତ୍ସବକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

✍️ Reporter: Deepak Mahapatra 🗓 25 Nov 2026, 03:24 PM 👁 18
Share: 💬 WhatsApp 📘 Facebook 𝕏 Post
କଟକ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ କଟକ ବାଲିଯାତ୍ରା ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। କଟକ ବାଲିଯାତ୍ରା ଉଦ୍‌ଘାଟନରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ନିଜେ ଡଙ୍ଗା ଭସାଇ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଛନ୍ତି। ଏହି ଅବସରରେ ସାଙ୍ଗରେ ରହିଛନ୍ତି ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲିଯାତ୍ରାରେ ଓରମାସ ଷ୍ଟଲ୍ ମଧ୍ଯ ଉଦ୍‌ଘାଟିତ ହୋଇଛି।

ଅନ୍ୟପଟେ ଉଦ୍ଘାଟନୀ ଉତ୍ସବରେ ନିଜ ଅଭିଭାଷଣରେ ରାଷ୍ଟ୍ରପତି ପ୍ରାଚୀନ ବାଲିଯାତ୍ରାର ଐତିହ୍ୟ ବଖାଣିଛନ୍ତି । କ ସାଧବ ପୁଅଙ୍କ ଦକ୍ଷତାରୁ ଅନେକ କିଛି ଶିକ୍ଷା କରିବାର ରହିଛି। ଏକଦା ନୌବାଣିଜ୍ୟରେ ସାରା ଦେଶରେ ଓଡ଼ିଶା ପ୍ରଥମ ଥିଲା। ୨୦୩୬ରେ ଓଡ଼ିଶା ଶହେ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ଓଡ଼ିଶା ଆଗାମୀ ଦିନରେ ଦେଶର ଶିଳ୍ପ ହବ୍‌ ହେବାକୁ ଯାଉଛି। ୧୯୦୪ରେ ମଧୁ ବାବୁ କଟକରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ, ଯାହା ଆଜି ବି ଯୁବପିଢ଼ିଙ୍କ ପାଇଁ ଆଦର୍ଶ ହୋଇ ରହିଛି।

କନ୍ଧମାଳ ହଳଦୀ, କୋରାପୁଟ କଫି ସାରା ଦେଶରେ ପରିଚୟ ସୃଷ୍ଟି କରିଛି। ବାଲି ସହ ଓଡ଼ିଶା ସରକାର ସହଯୋଗ ପାଇଁ ଉଦ୍ୟମ ପ୍ରଶଂସନୀୟ। ନଦୀ ଆମର ମାଆ, ତାକୁ ପ୍ରଦୂଷିତ କରିବା ଉଚିତ ନୁହେଁ। ମେଳା ସରିବା ପରେ ନଦୀକୁ ନିର୍ମଳ କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ରାଷ୍ଟ୍ରପତି କହିଛନ୍ତି।

ସୂଚନା ଅନୁଯାୟୀ, ଏହି ମେଳା ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ମହାନଦୀ ପଠା ତଳପଡ଼ିଆ ଓ ଉପର ପଡ଼ିଆରେ ପ୍ରାୟ ୬୦ ଏକର ଅଞ୍ଚଳରେ ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିଛି।
📲Get App