🔥 TRENDING मेराल के किसान ने ओवरफ़्लाई के नीचे टो... J&K CM Omar Abdullah Urges Timely Laun... 65 Foreign Terrorists Identified in Ka... ਅਕਾਲੀ-ਭਾਜਪਾ ਗੱਠਜੋੜ 'ਤੇ ਬਿਕਰਮ ਮਜੀਠੀਆ ਦਾ... ड्राइवर की लापरवाही से गाड़ी फँसी, सुर... Driver Dies of Heart Attack in Jagraon...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ; ୯ ମାସରେ ୩୦୫ କୋଟି ଗାଏବ, ଫେରିଲା ମାତ୍ର ୦.୫୫% ଟଙ୍କା

✍️ Reporter: Deepak Mahapatra 🗓 25 Nov 2026, 03:28 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଗୋଟିଏ କ୍ଲିକ୍‌ରେ ଖାଲି ହେଉଛି ବ୍ୟାଙ୍କ ଆକାଉଣ୍ଟ। କେଉଁଠି ଚାକିରିର ପ୍ରଲୋଭନ, ତ ଆଉ କେଉଁଠି ଡିଜିଟାଲ୍ ଆରେଷ୍ଟର ଭୟ। ସାଇବର ଠକଙ୍କ ଜାଲରେ ଛଟପଟ ଓଡ଼ିଶା। ମାତ୍ର ୯ ମାସରେ ୩୦୫ କୋଟିରୁ ଅଧିକ ଟଙ୍କା ଲୁଟ୍। ସବୁଠୁ ଚିନ୍ତାଜନକ କଥା, ଲୁଟ୍ ଟଙ୍କାରୁ ଉଦ୍ଧାର ହୋଇଛି ମାତ୍ର ୦.୫୫ ପ୍ରତିଶତ।

ସାଇବର ଲୁଟ୍‌ର ଭୟଙ୍କର ଚିତ୍ର

ବିଧାନସଭାରେ ଉପସ୍ଥାପିତ ତଥ୍ୟ ରାଜ୍ୟରେ ବଢ଼ୁଥିବା ସାଇବର ଅପରାଧର ଭୟାବହ ଚିତ୍ର ସାମ୍ନାକୁ ଆଣିଛି। ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରୁଜୁ ହୋଇଛି ୩,୬୩୦ଟି ସାଇବର ଠକେଇ ମାମଲା। ଗତବର୍ଷ ସମାନ ସମୟ ତୁଳନାରେ ଏହା ୨୯ ପ୍ରତିଶତ ଅଧିକ।

୩୦୫ କୋଟି ଲୁଟ୍, ଉଦ୍ଧାର ମାତ୍ର ୧.୬୯ କୋଟି

ସାଇବର ଠକଙ୍କ ଲୁଟ୍‌ର ପରିମାଣ ଯେତିକି ବଢ଼ୁଛି, ଟଙ୍କା ଉଦ୍ଧାରର ସଫଳତା ସେତିକି ନୈରାଶ୍ୟଜନକ। ୩୦୫ କୋଟି ୧୯ ଲକ୍ଷ ଟଙ୍କାରୁ ଫେରିଛି ମାତ୍ର ୧ କୋଟି ୬୯ ଲକ୍ଷ ଟଙ୍କା। ଅର୍ଥାତ୍, ଠକେଇ ହୋଇଥିବା ଟଙ୍କାର ପ୍ରାୟ ୯୯.୪୫ ପ୍ରତିଶତ ଏବେ ବି ଉଦ୍ଧାର ହୋଇପାରିନାହିଁ।

ସରକାରଙ୍କ ବଡ଼ ପଦକ୍ଷେପ, ତଥାପି କମୁନି ଠକେଇ

ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ୨୪୯ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ୩୫ଟି ସାଇବର ଥାନା କାର୍ଯ୍ୟକ୍ଷମ ରହିଛି। ତଦନ୍ତକୁ ଅଧିକ ଦକ୍ଷ କରିବା ପାଇଁ ବିଶେଷଜ୍ଞଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତଥାପି ସାଇବର ଠକଙ୍କ ଉପରେ ଲଗାମ କେବେ ଲାଗିବ, ତାହା ଏବେ ବଡ଼ ପ୍ରଶ୍ନ।

ମନେ ରଖନ୍ତୁ, ଗୋଟିଏ ଭୁଲ୍ କ୍ଲିକ୍ ଆପଣଙ୍କୁ କରିପାରେ କାଙ୍ଗାଳ

ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ।
OTP, ATM PIN ଓ ବ୍ୟାଙ୍କ ତଥ୍ୟ କାହାକୁ ଦିଅନ୍ତୁ ନାହିଁ।
ଡିଜିଟାଲ୍ ଆରେଷ୍ଟ ନାଁରେ କେହି ଧମକାଇଲେ ଭୟଭୀତ ହୁଅନ୍ତୁ ନାହିଁ।
ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରରେ କଲ୍ କରନ୍ତୁ।
📲Get App