🔥 TRENDING ଓଡ଼ିଶା ଆସିବେନି ଅମିତ ଶାହ, ବାତିଲ ହେଲା ପୁ... ଭୁବନେଶ୍ୱରରେ CBIର ବଡ଼ ଆକ୍ସନ୍: ୩ ଲକ୍ଷ ଟଙ... କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭୁଛି ଆ ..କା…ମ... Bihar ଆଜିଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା,... ಗೌರಿ ಹುಣ್ಣಿಮೆಯಂದು ಮಾರಿಕೊಪ್ಪದ ಶ್ರೀ ಹಳದಮ...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପ୍ରବଚକ ଶରଣାବିନ୍ଦ ଓଝା ଗିରଫ

✍️ Reporter: Deepak Mahapatra 🗓 24 Nov 2026, 02:33 PM 👁 17
Share: 💬 WhatsApp 📘 Facebook 𝕏 Post
ଠକେଇ ମାମଲାରେ ରାଜ୍ୟର ଜଣାଶୁଣା ପ୍ରବଚକ ଶରଣାବିନ୍ଦ ଓଝା ଗିରଫ। ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ଭୁବନେଶ୍ୱରର କ୍ୟାପିଟାଲ ଥାନା ପୁଲିସ। ବାୟାବାବାଙ୍କ ଉପରେ ଏକ ବୃତ୍ତଚିତ୍ର (Documentary) କରିବା ପାଇଁ ଡାକ୍ତର ସାଗରିକା ଦାଶଙ୍କ ଠାରୁ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି ପୁଲିସ। ପ୍ରାଥମିକ ପ୍ରମାଣ ପାଇବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


ଅଭିଯୋଗ ଅନୁଯାୟୀ, ଡାକ୍ତର ସାଗରିକା ଦାଶ ବାୟାବାବାଙ୍କ ଉପରେ ଏକ ବୃତ୍ତଚିତ୍ର କରିବା ପାଇଁ ଚାହୁଁଥିଲେ। ସେହି ସମୟରେ ତାଙ୍କର ସାକ୍ଷାତ ହୋଇଥିଲା ପ୍ରବଚକ ଶରଣାବିନ୍ଦ ଓଝାଙ୍କ ସହିତ। ସେ ଏହି ବୃତ୍ତଚିତ୍ର କରିପାରିବେ ବୋଲି ଅଭିଯୋଗକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ଅଭିଯୋଗକାରୀ ତାଙ୍କ ଉପରେ ଭରସା କରି ବୃତ୍ତଚିତ୍ର ଦାୟିତ୍ୱ ତାଙ୍କୁ ଦେଇଥିଲେ।

ବୃତ୍ତଚିତ୍ର ନିର୍ମାଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରବଚକ ଶରଣାବିନ୍ଦ ଓଝାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୧୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। କିନ୍ତୁ ବୃତ୍ତଚିତ୍ର ନିର୍ମାଣ ଶେଷ କରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ତା’ ଭିତରେ ତାହା ହୋଇନଥିଲା। ବୃତ୍ତଚିତ୍ର ନିର୍ମାଣର ଅଗ୍ରଗତି ନେଇ ପଚରାଉଚରା କରିଥିଲେ ଡାକ୍ତର ସାଗରିକା ଦାଶ। କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ଏହା ପରେ ସେ ଶରଣାବିନ୍ଦ ଓଝାଙ୍କୁ ବୃତ୍ତଚିତ୍ର ଦେବାକୁ ନଚେତ ଟଙ୍କା ଫେରାଇବାକୁ କହିଥିଲେ। ଶରଣାବିନ୍ଦ ଓଝା ବୃତ୍ତଚିତ୍ର ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ। ତେଣୁ ଡାକ୍ତର ସାଗରିକା ଦାଶ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରିଥିଲା। ପ୍ରାଥମକି ତଦନ୍ତରୁ ଶ୍ରୀ ଓଝାଙ୍କ ବିରୋଧରେ ପ୍ରମାଣ ପାଇବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

ଡାକ୍ତର ସାଗରିକା ଦାଶ କହିଛନ୍ତି ଯେ ସେ ବାୟାବାବାଙ୍କ ଉପରେ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ଏଥିପାଇଁ ୧୬ରୁ ୧୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥା’ନ୍ତା ବୋଲି କହିଥିଲେ ଶରଣାବିନ୍ଦ। ତାଙ୍କ କଥାବାର୍ତ୍ତା ଶୈଳୀ ଦେଖି ତାଙ୍କ ଉପରେ ବିଶ୍ୱାସ କରି ସେ ତାଙ୍କୁ ୧୧ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଡକୁମେଣ୍ଟାରୀ କାମ ଆଗେଇନଥିଲା। ନିର୍ଦ୍ଧାରିତ ସମୟ ଭିତରେ କାମ ଶେଷ ନହେବାରୁ ସେ ଶରଣାବିନ୍ଦଙ୍କୁ ୧୧ ଲକ୍ଷ ଟଙ୍କା ଫେରସ୍ତ ମାଗିଥିଲେ। କିନ୍ତୁ ଶରଣାବିନ୍ଦ ତାଙ୍କୁ ଟଙ୍କା ଫେରାଇ ନଥିଲେ।

ଅନ୍ୟପକ୍ଷରେ ଶରଣାବିନ୍ଦ କହିଛନ୍ତି ଯେ ହାର୍ଡଡିସ୍କ ଯିଏ ନେବା କଥା ନେଇଛନ୍ତି । ସେମାନେ ମତେ ଆହୁରି ୩ ଲକ୍ଷ ଟଙ୍କା ଦେଇନାହାନ୍ତି।

ପୁଲିସର ତଦନ୍ତ ଜାରି ରହିଥିବାରୁ ପରବର୍ତ୍ତୀ ସମୟରେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।
📲Get App