🔥 TRENDING పెద్దవంగర మండలం: గ్రామంలో ఇందిరమ్మ కుట... Jawaharlal Nehru commemorated at histo... ISRO Chief V. Narayanan Refutes Gagany... Delhi Rolls Out Barrier‑Free Toll Syst... Delhi SIR reports 280,000 of 326,000 F... Man kills two dogs, mother before shoo...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
International

୧୬ ତାରିଖରେ ବାଂଲାଦେଶ ଫେରିବା ଶେଖ ହସିନା, ସ୍ୱତନ୍ତ୍ର ବିମାନ ପାଇଁ କଲେ ଅନୁରୋଧ

✍️ Reporter: Deepak Mahapatra 🗓 24 Nov 2026, 03:01 PM 👁 23
Share: 💬 WhatsApp 📘 Facebook 𝕏 Post
ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ନିର୍ବାସିତ ଜୀବନ ବିତାଉଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ତାରିଖ ଘୋଷଣା କରିଛନ୍ତି । ସେ ଆସନ୍ତା ଡିସେମ୍ବର ୧୬ ତାରିଖରେ ଢାକା ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ହସିନାଙ୍କ ମୁଖପାତ୍ର ମଙ୍ଗଳବାର ସୂଚନା ହେଇଛି । ଏହି ଦିନଟି ବାଂଲାଦେଶର 'ବିଜୟ ଦିବସ' ଭାବରେ ପାଳିତ ହୁଏ। ତେଣୁ ସେ ସେହି ଦିନ ନିଜ ଜନ୍ମାଟିକୁ ଫେରିବାକୁ ଘୋଷଣା କରିଛନ୍ତି ।

ଶେଖ ହସିନା ବାଂଲାଦେଶ ଫେରିବାକୁ ସରକାରଙ୍କଠାରୁ ସ୍ୱତନ୍ତ୍ର ବିମାନ ଦାବି କରିବା ସହିତ ଆବଶ୍ୟକୀୟ କାଗଜପତ୍ର କାମ କରିବାକୁ ଅନୁରୋଧ କରିଛନ୍ତି । 'ବାଂଲାଦେଶ ଏୟାରଲାଇନ୍ସ' ସାହାଯ୍ୟରେ ସେ ସ୍ୱଦେଶ ଫେରିବେ । ଚଳିତ ମାସ ଆରମ୍ଭରେ ସେ ଏକ ନୂତନ ପାସପୋର୍ଟ ଏବଂ ଅନ୍ୟାନ୍ୟ ଦସ୍ତାବିଜ ପାଇଁ ଅନୁରୋଧ କରିବା ପରଠାରୁ ଦେଶରେ ହିଂସାତ୍ମକ ଘଟଣା ବୃଦ୍ଧି ପାଇଛି।

ମୁଖପାତ୍ର ସୟଦ ମୁଜାମିଲ ଅଲି କହିଛନ୍ତି ଯେ ୫ ଅଗଷ୍ଟ, ୨୦୨୪ରେ ଶେଖ ହସିନାଙ୍କୁ ଏକ ବାଂଲାଦେଶୀ ବିମାନ ଯୋଗେ ଭାରତ ଅଣାଯାଇଥିଲା। ତେଣୁ ସେ ବର୍ତ୍ତମାନ ସରକାରଙ୍କୁ ଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ତାଙ୍କର ବିମାନ ଯାତ୍ରାର ବ୍ୟବସ୍ଥା କରିବାକୁ ଅନୁରୋଧ କରୁଛନ୍ତି।" ତାଙ୍କୁ ଏପରି ପରିସ୍ଥିତିରେ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ଯାହା ସମ୍ବିଧାନର ଉଲ୍ଲଂଘନ ଥିଲା । ତେଣୁ, ୧୬ ଡିସେମ୍ବର 'ବିଜୟ ଦିବସ' ଅବସରରେ ସେ ଯେପରି ବାଂଲାଦେଶକୁ ଫେରିପାରିବେ, ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ।

ଏହି ବିଷୟରେ ମତାମତ ପାଇଁ ଅନୁରୋଧ କରାଯିବା ପରେ ବାଂଲାଦେଶ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାର ନାହିଁ । ରବିବାର ଦିନ ଜଣେ ବାଂଲାଦେଶ ମନ୍ତ୍ରୀ କହିଛନ୍ତି ଯେ ଯଦି ହସିନା ସ୍ୱଦେଶ ଫେରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ଏବଂ ଜେଲକୁ ପଠାଇ ଦିଆଯିବ । ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ହସିନାଙ୍କୁ ଫେରାଇ ଆଣିବା ପାଇଁ ବିମାନ ପଠାଇବା ସମ୍ପର୍କରେ ଭାରତ ସହ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ।

୨୦୨୪ ମସିହାରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ହିଂସା ହୋଇଥିଲା । ଏଥିରେ ସାଧାରଣ ଜନତାଙ୍କ ଜୀବନ ଯିବାଠାରୁ ସରକାରୀ କୋଠାବାଡ଼ି ସବୁକିଛି ଜଳି ପୋଡ଼ି ଛାରଖାର ହୋଇଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଯେ ୫ ଅଗଷ୍ଟ, ୨୦୨୪ରେ ନିଜ ପଦରୁ ଇସ୍ତଫା ଦେବା ସହିତ ତୁରନ୍ତ ପଳାୟନ କରିଥିଲେ । ସେବେଠାରୁ ସେ ଭାରତରେ ଆତ୍ମଗୋପନ କରିଛନ୍ତି । ବାଂଲାଦେଶ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
📲Get App