🔥 TRENDING Revillganj’s GoDna‑Semaria Fair Celebr... करौली: वैकुंठ चतुर्दशी पर तुलसी शालिग्... बाटदा स्कूल के विद्यार्थियों ने शैक्षि... Indore Police Arrest Pankaj Meena, Lea... Uttar Pradesh constable shoots neighbo... Sirohi District Council chief and depu...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଚୀନରୁ ବାଂଲାଦେଶ ଯାଉଥିବା ଜାହାଜ ଜବତ, ମିଳିଲା ୪୦୫ ଟନ୍ କେମିକାଲ୍ ଓ ଲକ୍ଷାଧିକ ବେନାମୀ ସିମ୍ କାର୍ଡ

✍️ Reporter: Deepak Mahapatra 🗓 24 Nov 2026, 03:06 PM 👁 33
Share: 💬 WhatsApp 📘 Facebook 𝕏 Post
ଇଣ୍ଡୋନେସିଆ ନୌସେନା ବେଲାୱାନ ନିକଟସ୍ଥ ସମୁଦ୍ରରେ ଏକ ମାଲବାହୀ ଜାହାଜକୁ ଜବତ କରିଛି । ଜାହାଜରେ ୪୦୫ ଟନ୍ ମାରାତ୍ମକ 'ସୋଡିୟମ୍ ପରକ୍ଲୋରେଟ୍' (sodium perchlorate) ରହିଛି । ଯାହାକି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ହେବା ସହ ରକେଟ୍ ଇନ୍ଧନ ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରକାରର ବିସ୍ଫୋରକ ତିଆରି କରିବାରେ ମଧ୍ୟ ବ୍ୟବହୃତ ହୋଇଥାଏ। ଏହି ପରିମାଣରେ ରାସାୟନିକ ଦ୍ରବ୍ୟରେ ୧୦୦ଟି ମିସାଇଲ୍ ନିର୍ମାଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ନଭେମ୍ବର ୨୦ ତାରିଖରେ ବେଲାୱାନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡୋନେସିଆ ନୌସେନାର 'ଫ୍ଲିଟ୍ କମାଣ୍ଡ-୧'ର କମାଣ୍ଡର, ରିୟର୍ ଆଡମିରାଲ୍ ଡେନି ସେପ୍ଟିଆନା ସୂଚନା ଦେଇଛନ୍ତି। କୋମୋରୋସ୍ ପତାକାଧାରୀ 'ଏମ୍‌ଭି ଷ୍ଟାର୍ ଲାଇନ୍' (MV Star Line) ନାମକ ଏହି ଜାହାଜ ଚୀନର ଲିଆନ୍‌ୟୁଙ୍ଗାଙ୍ଗ ବନ୍ଦରରୁ ବାଂଲାଦେଶର ମୋଙ୍ଗଲା ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଣ୍ଡୋନେସିଆରେ ଅଟକ ରହିଛି । ଖାଲି ସେତିକି ନୁହେଁ ଏହି ଜାହାଜରେ ମୋଟ 36ଟି କେମିକାଲ ଭର୍ତ୍ତି କଣ୍ଟେନର୍ ରହିଥିଲା । ଏହା ସହିତ ଜାହାଜ ଭିତରୁ ଲକ୍ଷାଧିକ ବେନାମୀ ସିମ୍ କାର୍ଡ ଜବତ କରାଯାଇଛି । ଏତେ ପରିମାଣର କେମିକାଲ୍ କାହିଁକି ବାଂଲାଦେଶ ପଠାଯାଉଥିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନଭେମ୍ବର ୭ ତାରିଖରେ ଇଣ୍ଡୋନେସିଆ ନୌସେନା ଜାହାଜ କେଆରଆଇ ସିଗାଲୁ-857 ଇନ୍ଧନ ଭର୍ତ୍ତି କରିବାକୁ ଅଟକି ଥିବାବେଳେ ଏମଭି-ଷ୍ଟାର ଲାଇନ୍ ଜାହାକୁ ଦେଖିଥିଲା । ଷ୍ଟାର ଲାଇନର ଗତିବିଧି ଉପରେ ସନ୍ଦେହ ହେବାରୁ ଅଟକ ରଖାଯାଇଛି । କେଆରଆଇ ସିଗାଲୁ ନିଜ କ୍ଷେତ୍ର ଅଧିକାରୀଙ୍କଠାରୁ ଅନୁମତି ନେଇ ଜାହାଜକୁ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଅନେକ ସନ୍ଦେହପୂର୍ଣ୍ଣ କାଜଗପତ୍ର ମିଳିଥିଲା, ଯାହାର ଭର୍ତ୍ତି ହୋଇଥିବା ସାମଗ୍ରୀ ସହିତ କୌଣସି ତାଳମେଳ ରହିନଥିଲା । ପରେ ଏହା ଆହୁରି ସନ୍ଦେହ ଘେରକୁ ଟାଣି ହୋଇ ଆସିଥିଲା ।

ନୌସେନା କର୍ମଚାରୀମାନେ ଜାହାଜରେ ଥିବା ସମସ୍ତ ୩୬ କଣ୍ଟେନର ଯାଞ୍ଚ କରିଥିଲେ। ଏଥିମଧ୍ୟରୁ ୧୫ଟି କଣ୍ଟେନରରେ ୪୦୫ ଟନ୍ ସୋଡିୟମ୍ ପର୍କ୍ଲୋରେଟ୍ ମିଳିଥିଲା। ଏହା ସହିତ ୫୪ଟି ପ୍ୟାଲେଟ୍‌ରେ ଲକ୍ଷ ଲକ୍ଷ ଅଣପଞ୍ଜିକୃତ ଖାଲି 4G LTE ସିମ୍ କାର୍ଡ ମିଳିଥିଲା । ପର୍କ୍ଲୋରେଟ୍ ଶିଳ୍ପ ଉଦ୍ଦେଶ୍ୟରେ ଏବଂ ରକେଟ୍ ଏବଂ କ୍ଷେପଣାସ୍ତ୍ର ପାଇଁ ପ୍ରପେଲାଣ୍ଟ ତିଆରିରେ ବ୍ୟବହୃତ ହୁଏ। ଏହା ଏକ ବିସ୍ଫୋରକ କିମ୍ବା ଇନ୍ଧନ ନୁହେଁ, ବରଂ ଏକ ରାସାୟନିକ ପଦାର୍ଥ ଯାହା କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପ୍ରଜ୍ଵଳନ ଏବଂ ଦହନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ। ଏହି ରାସାୟନିକ ପଦାର୍ଥ କେଉଁ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା ତାହା ଜାଣିବାକୁ ଯାଞ୍ଚ ଆରମ୍ଭ ହୋଇଛି ।
📲Get App