🔥 TRENDING BJP ਦੇ ਯੁਵਾ ਸਕੱਤਰ ਪੰਕਜ ਜੁਲਕਾ ਨੇ 6 ਸਾਲ... भिवाड़ी में वायु प्रदूषण नियंत्रण के प... प्रकाश कुमार ने करौंदी रैयत गाँव से पह... *जिला प्रमुख की कुर्सी पर आज होगा फैसल... FSSAI and Maharashtra FDA Clash Over F... Maharashtra Exam Panel Calls for 10‑Ye...
24 Nov 2026•
ગુજરાતી मराठी ਪੰਜਾਬੀ বাংলা

ଏମଭି-୭୯ ତାରକେଶ୍ୱର ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ

✍️ Reporter: Sukumar Mandal 🗓 24 Nov 2026, 08:12 PM 👁 19
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଗ୍ରାମସ୍ଥିତ ପ୍ରସିଦ୍ଧ ତାରକେଶ୍ୱର ମନ୍ଦିର ପରିସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ କରାଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ହରେ କୃଷ୍ଣ, ହରେ ରାମ ନାମ ସଂକୀର୍ତ୍ତନରେ ଅଞ୍ଚଳ ମୁଖରିତ ହେବା ସହ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି। ଏହି ଧାର୍ମିକ ଆୟୋଜନ ମାଧ୍ୟମରେ ଅଞ୍ଚଳରେ ଭକ୍ତିଭାବ, ଆଧ୍ୟାତ୍ମିକ ଚେତନା ଓ ଭାଇଚାରାର ବାର୍ତ୍ତା ପ୍ରସାର କରାଯାଉଛି।

ଏହି ଅଷ୍ଟପ୍ରହରୀ ନାମଯଜ୍ଞକୁ ତାରକେଶ୍ୱର ମନ୍ଦିର କମିଟି ପକ୍ଷରୁ ଆୟୋଜନ କରାଯାଇଛି।
📲Get App