🔥 TRENDING स्कूल के छात्र को आने-जाने का रास्ता... ଝଲସିବ ସିଲଭର ସିଟି; ପ୍ରଥମଥର ଐତିହାସିକ ବାଲ... ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... BJP and Akali Dal Form Alliance to Con... BJP and Akali Dal to Announce Punjab A... Zubeen's Wife Declines State Aid Amid...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ତୃତୀୟ ଶ୍ରେଣୀ ଛାତ୍ରୀଙ୍କର ବାନ୍ତି ହେଲା, ହଷ୍ଟେଲ ମେଟ୍ରନ କହିଲେ- ଗ୍ୟାସ୍ ହୋଇଛି, କିଛି ହେବନି; ସକାଳେ...

✍️ Reporter: Deepak Mahapatra 🗓 24 Nov 2026, 02:32 PM 👁 26
Share: 💬 WhatsApp 📘 Facebook 𝕏 Post
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଭୂୟାଁରଇଡ଼ା ପଞ୍ଚାୟତ ସ୍ଥିତ ଭୂୟାଁରଇଡ଼ା ନୋଡାଲ ୟୁ.ପି. ସ୍କୁଲର ହଷ୍ଟେଲରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସାବିତ୍ରୀ ଦାସ। ତାଙ୍କୁ ୯ ବର୍ଷ ହୋଇଥିଲା। ସେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ହଷ୍ଟେଲ ମେଟ୍ରନଙ୍କ ଅବହେଳା ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।


ସାବିତ୍ରୀ ଅନାଥ ଥିଲେ। ତେଣୁ ସେ ଜଲହରିରେ ତାଙ୍କ ମାମୁ-ମାଇଁଙ୍କ ପାଖରେ ରହି ପାଠ ପଢୁଥିଲେ। ତେବେ ଗତ ୧୦ ତାରିଖରୁ ସେ ହଷ୍ଟେଲରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ହଠାତ୍ ସାବିତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ବାନ୍ତି ହୋଇଥିଲା। ତାଙ୍କର ଜଣେ ସହପାଠୀ ଏ ସଂପର୍କରେ ହଷ୍ଟେଲ ମେଟ୍ରନଙ୍କୁ ଜଣାଇଥିଲେ। ତେବେ ମେଟ୍ରନ୍ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ‘ଗ୍ୟାସ୍ ହୋଇଯାଇଛି, କିଛି ହେବନାହିଁ’ ବୋଲି ସେ କହିଥିବା ଅଭିଯୋଗ ହୋଇଛି।

ଅସୁସ୍ଥ ସାବିତ୍ରୀ ରାତିରେ ଶୋଇ ପଡ଼ିଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ପ୍ରାର୍ଥନା କରିବାକୁ ସେ ଉଠି ନଥିଲେ। ତାଙ୍କର ଚେତା ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତା’ପରେ ସେମାନେ ସାବିତ୍ରୀଙ୍କୁ ବଡ଼ବିଲ ଡାକ୍ତରଖାନାକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତକାଲି ରାତିରେ ସାବିତ୍ରୀ ବାନ୍ତି କରିଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ କାହିଁକି ସେମାନଙ୍କୁ ଖବର ଦେଲେ ନାହିଁ କି ଡାକ୍ତରଖାନା ନେଲେ ନାହିଁ ବୋଲି ତାଙ୍କ ମାମୁ-ମାଇଁ ଓ ଅନ୍ୟ ସଂପର୍କୀୟମାନେ ପ୍ରଶ୍ନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ସ୍କୁଲର ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ସେ ଟେନ୍‌ସନ୍‌ରେ ଅଛନ୍ତି କହି ଆଉ କିଛି କହି ନଥିଲେ।

ରୁଗୁଡ଼ି ପୁଲିସ୍ ବଡ଼ବିଲ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
📲Get App