🔥 TRENDING ದಕ್ಷಿಣ ಆಫ್ರಿಕಾ ಪ್ರವಾಸಕ್ಕೆ ಭಾರತ ಮಹಿಳಾ ಕ... ବଢ଼ୁଛି ସୁଶାନ୍ତ ନାଥଙ୍କ ଅଡ଼ୁଆ: ସୁପ୍ରିମକୋର୍... ରେଷ୍ଟୁରାଣ୍ଟରେ ଓଡ଼ିଆ ଟେଲି ଅଭିନେତ୍ରୀଙ୍କୁ... ಧನುಷ್, ಮಮ್ಮುಟ್ಟಿ ಸಿನಿಮಾ 'O.M' 4ನೇ ದಿನ... AP Woman Begs Outside Shiva Temple, Do... ಧರ್ಮೇಂದ್ರ ಮತ್ತು ಕುಮಾರಿ ಕಮಲಾ ಅವರ ಮೊದಲ ಪ...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

✍️ Reporter: Deepak Mahapatra 🗓 24 Nov 2026, 01:38 PM 👁 19
Share: 💬 WhatsApp 📘 Facebook 𝕏 Post
ଜଙ୍ଗଲ ଭିତରେ ନିଖୋଜ ଯୁବକଙ୍କ ମୃତଦେହ ଠାବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବୀରସିଂହପୁର ଗାଁ ନିକଟ ଜଙ୍ଗଲରୁ ମିଳିଛି ମୃତଦେହ।


ମୃତକ ହେଉଛନ୍ତି ସେହି ଗାଁର ଚନ୍ଦନ ପ୍ରଧାନ। ତାଙ୍କୁ ୧୮ ବର୍ଷ ହୋଇଥିଲା। ନଭେମ୍ବର ୨୧ ତାରିଖରୁ ସେ ନିଖୋଜ ଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ସନ୍ଦେହ ଘେରରେ ରହିଛି ତାଙ୍କ ମୃତ୍ୟୁ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେ ନେଇ ଚାଲିଛି ଖୋଳତାଡ଼। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ସଂପୂର୍ଣ୍ଣ ହେବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
ବୀରମହାରାଜପୁର ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଚନ୍ଦନ ନଭେମ୍ବର ୨୧ ତାରିଖ ଦିନ ୧୧ଟା ସମୟରେ ଘରୁ ବାହାରି ଯାଇଥିଲେ। ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତା’ପରେ ସେହି ଦିନ ହିଁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।
📲Get App