🔥 ट्रेंडिंग ଓଡ଼ିଶା ଆସିବେନି ଅମିତ ଶାହ, ବାତିଲ ହେଲା ପୁ... ଭୁବନେଶ୍ୱରରେ CBIର ବଡ଼ ଆକ୍ସନ୍: ୩ ଲକ୍ଷ ଟଙ... କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭୁଛି ଆ ..କା…ମ... Bihar ଆଜିଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା,... ಗೌರಿ ಹುಣ್ಣಿಮೆಯಂದು ಮಾರಿಕೊಪ್ಪದ ಶ್ರೀ ಹಳದಮ...
24 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ସରକାରୀ ବାସଭବନରୁ ମିଳିଲା ପୁଲିସ୍ ସବ୍‌-ଇନ୍ସପେକ୍ଟରଙ୍କ ମୃତଦେହ

✍️ रिपोर्टर: Deepak Mahapatra 🗓 24 नव. 2026, 02:24 PM 👁 31
शेयर करें: 💬 WhatsApp 📘 Facebook 𝕏 Post
ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ । ମୃତକଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଧପୁର ଗ୍ରାମ ବୋଲି ଜଣା ପଡ଼ିଛି l ପୋଲିସ କହିବା ଅନୁଯାୟୀ ମୃତ ସଵ ଇନ୍ସପେକ୍ଟର ଜଣକ ପ୍ରାତଃ ଭ୍ରମଣରେ ଫେରି ରୋଲ କଲ ରେ ଯୋଗ ଦେଇଥାନ୍ତି କିନ୍ତୁ ଆଜି ରୋଲ କଲ ରେ ସେ ଯୋଗ ଦେଇନଥିଲେ । ଫଳରେ ଥାନାର ଅନ୍ୟ କର୍ମଚାରୀ ମାନେ ତାଙ୍କ ସରକାରୀ କ୍ଵାଟର୍ସ କୁ ଯାଇ ଦେଖିଲା ବେଳକୁ ସେ ସୋଇଥିବା ଅବସ୍ଥାରେ ଦେଖିବାକୁ ପାଇ ତାଙ୍କୁ ଉଠାଇଥିଲେ । କିନ୍ତୁ ସେ ଉଠିନଥିବାରୁ ତାଙ୍କୁ ଉଦ୍ଧାର କରି କରାଯାଇ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୃ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଟାସିଂ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବରୁ ବାପୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିଲା । ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଟାସିଂ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
📲Get App