🔥 TRENDING जिला प्रमुख चुनाव से पहले भाजपा जिलाध्... ୧୦୦ ବର୍ଷରେ ୦.୭°C ଗରମ ହେଲା ଭାରତ, ବିଶ୍ୱର... ଚୀନରୁ ବାଂଲାଦେଶ ଯାଉଥିବା ଜାହାଜ ଜବତ, ମିଳି... আজ থেকে চার মাস আগের ভিডিও শুভ সকাল জ... ବିରୋଧ ପ୍ରଦର୍ଶନର ଶିକାର ବାଂଲାଦେଶର ଗାର୍ମେ... વિરમગામ નગરપાલિકા દ્વારા મુનસર તળાવ ખા...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ପାରାଦ୍ଵୀପର 'କଳିଙ୍ଗ ବାଲିଯାତ୍ରା-୨୦୨୬'ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

✍️ Reporter: Deepak Mahapatra 🗓 24 Nov 2026, 02:38 PM 👁 36
Share: 💬 WhatsApp 📘 Facebook 𝕏 Post
ପାରାଦ୍ୱୀପ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ଦର ନଗରୀ ପାରାଦ୍ଵୀପର 'କଳିଙ୍ଗ ବାଲିଯାତ୍ରା-୨୦୨୬'ର ଉଦଘାଟନ କରିଛନ୍ତି । ଏହି ମହୋତ୍ସବ ଆମ ପ୍ରାଚୀନ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାଧବ ପୁଅମାନଙ୍କ ଅଦମ୍ୟ ସାହସ ଓ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଜୀବନ୍ତ ପ୍ରତୀକ। ଆମର ଐତିହାସିକ ନୌବାଣିଜ୍ୟର ସେହି ସୁଦୃଢ଼ ମୂଳଦୁଆ ଉପରେ ଆଜି ପାରାଦ୍ବୀପ ପୂର୍ବ ଭାରତର ବିକାଶର ମୁଖଶାଳା ଏବଂ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ୍ ଭାବେ ଉଭା ହୋଇଛି। ବର୍ଷ ବର୍ଷ ଧରି ଚାଲିଥିବା ଏହି ମହୋତ୍ସବ କେବଳ ପାରାଦ୍ବୀପ ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ଏକ ଅନନ୍ୟ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଗସିଂହପୁର ଜିଲ୍ଲା ପାରାଦ୍ଵୀପର ସାମଗ୍ରିକ ଶିଳ୍ପାୟନ, ଭିତ୍ତିଭୂମି ଓ ଶିକ୍ଷା ବିକାଶ ପାଇଁ ଅନେଗୁଡ଼ିଏ ଉନ୍ନତି ମୂଳକ ପ୍ରକଳ୍ପର କାର୍ଯ୍ୟକାରୀ ହେଉଥିବା ନେଇ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଓଡିଶା ଅଭିବୃଦ୍ଧିର ଇଞ୍ଜିନ ହେବ ପାରଦ୍ୱାପୀ ଏବଂ ପାରାଦ୍ଵୀପ ହେବ ଓଡିଶାର ମାନୁଫାକ୍ଚରିଂ କ୍ୟାପିଟାଲ। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନଙ୍କ ଅଦ୍ୟମ ସାହସ ଓ ଦୂରଦୃଷ୍ଟିକୁ ଆଧୁନିକ ଶିଳ୍ପାୟନ ଓ ବନ୍ଦର ଭିତ୍ତିକ ଅର୍ଥନୀତି ସହିତ ଯୋଡ଼ି ପାରାଦ୍ଵୀପ ବନ୍ଦର କୁ ପୁର୍ବ ଭାରତର ବିକାଶ ର ମୁଖଶାଳା ଓ ଦେଶର ଏକ ପ୍ରମୁଖ ମାନୁଫାକ୍ଟରିଂ ଓ ରପ୍ତାନି ହବରେ ପରିଣତ କରିବା ଏହି ମହୋତ୍ସବ ଓ ସରକାରଙ୍କ ଲକ୍ଷ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାପାଳ ଜେ. ସୋନାଲ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ସାଂସଦ ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ, ପାରାଦୀପ ବନ୍ଦର ପକ୍ଷରୁ ସୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଯୋଗ ଦେଇଥିଲେ ।
📲Get App