🔥 ट्रेंडिंग स्कूल के छात्र को आने-जाने का रास्ता... ଝଲସିବ ସିଲଭର ସିଟି; ପ୍ରଥମଥର ଐତିହାସିକ ବାଲ... ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... बजप और अकाली दल ने पंजाब चुनाव में सभी... बीजेपी और अकाली दल आज पंजाब गठबंधन की... रेंज रोवर बिक्री विवाद में ज़ुबीन की प...
24 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଧନୁଯାତ୍ରାରେ ଅଘଟଣ: ମହାରାଜା କଂସଙ୍କ ପାଇଁ ଆସିଥିବା ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ

✍️ रिपोर्टर: Deepak Mahapatra 🗓 24 नव. 2026, 02:31 PM 👁 33
शेयर करें: 💬 WhatsApp 📘 Facebook 𝕏 Post
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ ଅଘଟଣ। ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ। ମୃତ ମାହୁନ୍ତଙ୍କ ଘର ଉତ୍ତରପ୍ରଦେଶର ଆହ୍ଲାବାଦ ଅଞ୍ଚଳରେ। ତାଙ୍କ ନାଁ କଳ୍ପନା ଦୁବେ।

ଧନୁଯାତ୍ରାରେ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ଯାତ୍ରା ମଞ୍ଚକୁ ଆସିଥା’ନ୍ତି ମହାରାଜ କଂସ । ସେଥିପାଇଁ ଏହି ହାତୀକୁ ନେଇ ଆହ୍ଲାବାଦରୁ ଆସିଥିଲେ ମାହୁନ୍ତ କଳ୍ପନା ଦୁବେ। ହେଲେ ହଠାତ୍ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଉଦ୍ଧାର କରି ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବନ ବିଭାଗ ଓ ବଙ୍ଗୋମୁଣ୍ଡା ପୁଲିସ ଏହି ଘଟଣାର ତଦନ୍ତ କରୁଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପରେ ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ। ଏନେଇ ସେ ବଙ୍ଗୋମୁଣ୍ଡା ତହସିଲଦାର, ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହେବାକୁ ଥିବା ଧନୁଯାତ୍ରାକୁ ସ୍ଥଗିତ ରଖିବାକୁ ସେ ଦେଇଛନ୍ତି ନିର୍ଦ୍ଦେଶ। ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ପରେ ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।
📲Get App