🔥 ट्रेंडिंग ಬಸವಣ್ಣನವರ ಕುರಿತು ಅವಹೇಳನಕಾರಿ ಹೇಳಿಕೆ - ರ... ఇచ్చోడ:రూ.7 కోట్లతో విద్యా సంస్థల అభివ... અમરેલી સિવિલ હોસ્પિટલમાં બાપા સીતારામ... साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... पंजाब कांग्रेस ने 2027 चुनाव से पहले प...
23 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଓଡ଼ିଶା ପୋଲିସରେ ୨୬ ହଜାରରୁ ଅଧିକ ପଦବୀ ଖାଲି: ମୁଖ୍ୟମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 23 नव. 2026, 03:10 PM 👁 22
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୨୬ ହଜାରରୁ ଅଧିକ ପଦବୀ ଖାଲି ରହିଛି । ୬ ହଜାର ୮୮୫ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଧାୟକ ଚକ୍ରମଣି କହଁର ପଚାରିଥିବା ପ୍ରଶ୍ନର ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ୩୧ ଅକ୍ଟୋବର ସୁଦ୍ଧା ପୋଲିସ ବିଭାଗରେ ମୋଟ ୮୪ ହଜାର ୨୩୭ଟି ମଞ୍ଜୁରପ୍ରାପ୍ତ ପଦବୀ ରହିଛି । ସେଥିମଧ୍ୟରୁ ୨୬ ହଜାର ୧୦୧ଟି ପଦବୀ ଖାଲି ରହିଛି । ଏହା ସହ ପୋଲିସ ବିଭାଗରେ ବିଭିନ୍ନ ବର୍ଗରେ ୬, ୮୮୫ଟି ପଦବୀ ପୂରଣ ପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ଦ୍ୱାରା ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି ।

ଏହା ବ୍ୟତୀତ ୨୯୮ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନଙ୍କୁ ଅନୁରୋଧ କରାଯାଇଛି । ସେହିପରି ବାତିଲ ହୋଇଥିବା ୬୦୯ ଏସଆଇ ଓ ୨୫୩ ଆର୍ମଡ ଏସଆଇ ପରୀକ୍ଷା ସମାପନ କରିବାକୁ ଓପିଆରବିକୁ ଅନୁରୋଧ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ।
📲Get App