🔥 TRENDING ବିସ୍ଲେରୀ ପାଣିରେ ମିଳିଲା କ୍ୟାନ୍ସର ତତ୍ତ୍ୱ... ଗଞ୍ଜ ଜିଲ୍ଲାର ବାତ୍ୟା ନଷ୍ଟ ଅଞ୍ଚଳ ରେ ମୁଖ୍... ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ... पटना सिटी क्षेत्र के रामकृष्ण नगर थाना... Farmers Demand 2.5 TMC Additional Wate... ବିରୋଧୀ ଦଳ ନେତା, ନବୀନ ପଟ୍ଟନାୟକ ଏବଂ ଇଣ୍ଡ...
23 Nov 2026•
ગુજરાતી मराठी ਪੰਜਾਬੀ বাংলা

କାର୍ତ୍ତିକ ଶେଷ ସୋମବାରରେ ଗୁଣୁପୁର ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ଼ ।

✍️ Reporter: Suresh Ch Rath 🗓 23 Nov 2026, 11:31 PM 👁 19
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର:୨୩-୧୧ ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର ଅବସରରେ ଗୁଣୁପୁର ସହର ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ଶିବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ସେଥ୍‌ମଧ୍ୟରୁ ଶେଫାଳୀ ପାହାଡ଼ସ୍ଥିତ ରାମେଶ୍ବର ମନ୍ଦିର, କରାବାଙ୍କସ୍ଥିତ ଦ୍ବାଦଶ ଚତୁର୍ଲିଙ୍ଗ, ଗୁଣୁପୁର ମହାବିଦ୍ୟାଳୟ ସମ୍ମୁଖସୁ ଶ୍ରୀ କାଶୀବିଶ୍ବନାଥ ମନ୍ଦିର, ଶ୍ମଶାନ ଘାଟସ୍ଥିତ ଶ୍ରୀ ଭୂତେଶ୍ବର ମନ୍ଦିର, ବାଘୁଆ ମନ୍ଦିର ଏବଂ ସହର ନିକଟସୁ ନୂଆଗାଁ ମନ୍ଦିରରେ ଭକ୍ତଙ୍କ ବିଶେଷ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଡାକଡି କରଯାଇଥୂଲା

ଏହି ଅବସରରେ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ହରିନାମ ସଂକୀର୍ତନ ଆୟୋଜନ କରାଯିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଥିଲା। ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାରେ ମନ୍ଦିର ପରିସର ମୁଖରିତ ହୋଇଉଠିଥିଲା।
📲Get App