Politics
ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶ , ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଲେ ଆରଟିଆଇ କର୍ମୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଭିକେ. ପାଣ୍ଡିଆନ୍ ଓ ଆଇପିଏସ୍ ଅଫିସର ରବିକାନ୍ତଙ୍କ ବିଦେଶ ଗସ୍ତ ଖର୍ଚ୍ଚ ସମ୍ପର୍କିତ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁ ଆରଟିଆଇ ତଥ୍ୟ ଓ ସାମାଜିକ କର୍ମୀମାନଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦର୍ଶାଇଛି ଏବେ ସେହି ଆରଟିଆଇ କର୍ମୀ ହିଁ ଏହି ତଦନ୍ତ ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ପାଣ୍ଡିଆନଙ୍କ କେଳେଙ୍କାରୀର ତଦନ୍ତ ବାସ୍ତବରେ ମୋହନ ସରକାର କରୁଛନ୍ତି ନା ତଦନ୍ତ ନାଁରେ କେବଳ ଲୋକଙ୍କୁ ବିଭ୍ରାନ୍ତ ପାଇଁ ପ୍ରୟାସ କରୁଛନ୍ତି ବୋଲି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୨୦୨୨-୨୩ ଓ ୨୦୨୩-୨୪ ଆର୍ôଥକ ବର୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପାଣ୍ଡିଆନ ଓ ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କିତ ଖର୍ଚ୍ଚର ତଦନ୍ତ କରାଯିବ । ଏହି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ପାଣ୍ଡିଆନ୍ ଓ ଆଇପିଏସ୍ ଶ୍ରୀ ରବିକାନ୍ତ ୨୦୨୨-୨୩ ଓ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି।
ବିଭିନ୍ନ ଆରଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଥିବାରୁ ତଥ୍ୟଗୁଡ଼ିକର ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଥିଲା। ଏହି ସମସ୍ତ ଅଭିଯୋଗକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଏହି ତଦନ୍ତ ନିର୍ଦ୍ଦେଶ ପରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଓ ଆନ୍ତରିକତା ଉପରେ ତୀବ୍ର ପ୍ରଶ୍ନ ଉଠାଇଛନ୍ତି। ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ବିଦେଶ ଗସ୍ତର ଅନିୟମିତତା ସମ୍ପର୍କରେ ସେ ୨୦୨୫ ମସିହାରେ ହିଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ସମସ୍ତ ବିଧାୟକଙ୍କୁ ଏହାର ନକଲ ପ୍ରଦାନ କରିଥିଲେ, କିନ୍ତୁ ସେତେବେଳେ ବିଧାନସଭାରେ କେହି ଏହି ପ୍ରସଙ୍ଗ ଉଠାଇ ନଥିଲେ । ପରବର୍ତ୍ତୀ ସମୟରେ ସେ ଆରଟିଆଇ ମାଧ୍ୟମରେ ଏହାର ତଥ୍ୟ ମାଗିବାରୁ, ଅଭିଯୋଗଟି ସାଧାରଣ ପ୍ରଶାସନ ବିଭାଗ ପାଖରେ ପଡ଼ି ରହିଥିବା ତାଙ୍କୁ ଉତ୍ତର ମିଳିଥିଲା। ଯେଉଁ ସାଧାରଣ ପ୍ରଶାସନ ବିଭାଗ ନିଜେ ତଥ୍ୟ ନଦେଇ ଫାଇଲକୁ ଦୀର୍ଘ ଦିନ ଧରି ଚାପି ରଖିଥିଲା, ଏବେ ସେହି ବିଭାଗର ସଚିବଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବିଜେପି ସରକାର ନିର୍ବାଚନ ପୂର୍ବରୁ ତଦନ୍ତର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କ୍ଷମତାକୁ ଆସିବାପରେ ବିଜେଡି ସହ ଭିତିରି ବୁଝାମଣା ଯୋଗୁଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛନ୍ତି । ପୂର୍ବରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଫାଇଲ ଚୋରି ମାମଲାରେ ପାଣ୍ଡିଆନ( pandian)ଙ୍କୁ କ୍ରାଇମବ୍ରାଂଚ ନୋଟିସ ଜାରି କରିବା ପରେ ସେ କେଉଁଠି ହାଜର ହେଲେ ଓ କଣ ତଦନ୍ତ ହେଲା, ତାହାର କୌଣସି ତଥ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହେଲା ନାହିଁ। ଏବେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶ କେବଳ ଲୋକଦେଖାଣିଆ ନହୋଇ ସରକାର ଗମ୍ଭୀରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ, ନବୀନଙ୍କ ଇଟାଲୀ ଗସ୍ତବେଳେ ପାଣ୍ଡିଆନଙ୍କ ସହ ଫିଜିଓଥେରାପିଷ୍ଟ ଶ୍ରଦ୍ଧା ନାମ୍ନୀ ମହାରାଷ୍ଟ୍ରର ଯୁବତୀ ମଧ୍ୟ ଯାଇଥିଲେ। ଯାହାକୁ ନେଇ ସେବେ ବିଧାନସଭାରେ ତୁମ୍ଭିତୋଫାନ୍ ମଧ୍ୟ ହୋଇଥିଲା।