🔥 ट्रेंडिंग असम BJP ने गौरव गोगोई के सिंडिकेट आरोप... पंजाब के अलगाववादी अमृतपाल सिंह की दाद... કચ્છમાં 3.1 તીવ્રતાનો ભૂકંપ, દુધઈ નજીક... झारखंड में दो अलग-अलग सड़क दुर्घटनाओं... रांची में 23 नवंबर से फैटी लिवर-फ्री अ... ਪ੍ਰਕਾਸ਼ ਪੁਰਬ ਲਈ ਸ੍ਰੀ ਨਨਕਾਣਾ ਸਾਹਿਬ ਲਈ ਸਿ...
22 नव. 2026•
ગુજરાતી मराठी ਪੰਜਾਬੀ বাংলা

ଚିତ୍ରକୋଣ୍ଡାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ଆଲୋଚନା ଅନୁଷ୍ଠିତ ।

✍️ रिपोर्टर: DHARMENDRA ROUT 🗓 22 नव. 2026, 07:00 PM 👁 22
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଚିତ୍ରକୋଣ୍ଡା (୨୨/୧୧):- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମାତୃଭୂମି ଓ ମାତୃଭାଷା ପରିବାରର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ତଥା ସାରସ୍ୱତ ଆଲୋଚନାଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥ ଙ୍କ ଫୋଟ ରେ ପୂଜାର୍ଚ୍ଚନା କରାଯାଇ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସାହିତ୍ୟିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ କବି, ଲେଖକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦେଇ ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ। କବିତା ମାଧ୍ୟମରେ ସମାଜର ବାସ୍ତବ ଚିତ୍ର, ପ୍ରକୃତିର ସୌନ୍ଦର୍ଯ୍ୟ, ମାତୃଭାଷାର ମହତ୍ତ୍ୱ ଏବଂ ମାନବୀୟ ମୂଲ୍ୟବୋଧକୁ ଅତି ସୁନ୍ଦର ଭାବରେ ଉପସ୍ଥାପନl କରାଯାଇଥିଲା। ​ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜିତ 'ସାରସ୍ୱତ ଆଲୋଚନା'ରେ ମାତୃଭାଷା ଓଡ଼ିଆର ସୁରକ୍ଷା, ପ୍ରଚାର-ପ୍ରସାର ଏବଂ ଆଧୁନିକ ସମୟରେ ସାହିତ୍ୟର ଭୂମିକା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡା ଭଳି ଦୁର୍ଗମ ଅଞ୍ଚଳରେ ଏଭଳି ରାଜ୍ୟସ୍ତରୀୟ ସାହିତ୍ୟ ଆସର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ସୀମାନ୍ତବର୍ତ୍ତି ଅଞ୍ଚଳ ଗୁଡ଼ିକରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବା ସହ ପଡୋଶୀ ରାଜ୍ୟ ମୁହାଁ ହେବେ ନାହିଁ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ, ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ନଟବର ଗରଡ଼ା, ମୁଖ୍ୟ ବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଡା ଭଗବାନ ଚନ୍ଦ୍ର ତ୍ରିପାଠୀ, ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ର ଉପସଚିବ ସଞ୍ଜୟ ଛୁଆଳସିଂହ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡା ପ୍ରକାଶ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ମାତୃଭୂମି ଓ ମାତୃଭାଷା ପରିବାରର ଉପେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମ ଆବାହକ ଭାବେ ଯୋଗ ଦେଇଥିଲେ । ​ଶେଷରେ ସମସ୍ତ ଅତିଥି, କବି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଚିତ୍ରକୋଣ୍ଡା ଚିତ୍ରଗିରି ସାହିତ୍ୟ ସଂସଦର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ବହୁ ଉଚ୍ଚକୋଟିର ହେବା ସହ ସଫଳ ମଣ୍ଡିତ ହୋଇପାରିଛି ।
📲Get App