🔥 TRENDING सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... Assam CM extends greetings on Tai Kham... Glass of Stationary Train Shattered at... Armed assailants fire on youths prepar... महाराष्ट्र राज्यव्यापी विशेष सत्यशोधक...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିଲେ ବାଚସ୍ପତି। ରଣପୁରରେ ୧୩ଟି ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ

✍️ Reporter: Deepak Mahapatra 🗓 21 Nov 2026, 03:59 PM 👁 13
Share: 💬 WhatsApp 📘 Facebook 𝕏 Post
ବାତ୍ୟା ଚାଲିଯାଇଛି, ହେଲେ ଛାଡ଼ିଯାଇଛି ଅନେକ କ୍ଷତିର ଚିହ୍ନ। କେଉଁଠି ଭାଙ୍ଗିଛି ଘରଦ୍ୱାର, ତ ଆଉ କେଉଁଠି ନଷ୍ଟ ହୋଇଛି ଚାଷବାସ। ଏଭଳି ସ୍ଥିତିରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଓ ଲୋକଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ରଣପୁରରେ ପହଞ୍ଚିଥିଲେ ବାଚସ୍ପତି ସୁରମା ପାଢ଼ୀ। ରଣପୁର ଏନ୍‌ଏସି ଅନ୍ତର୍ଗତ ୪ଟି ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଗ୍ରାମାଞ୍ଚଳରେ ଥିବା ୯ଟି ଆଶ୍ରୟସ୍ଥଳୀର ସ୍ଥିତି ମଧ୍ୟ ପରଖିଥିଲେ। ଆଶ୍ରୟସ୍ଥଳୀରେ ଲୋକଙ୍କୁ କିଭଳି ସୁବିଧା ମିଳିଥିଲା, କୌଣସି ଅସୁବିଧା ହୋଇଥିଲା କି ନାହିଁ, ସେନେଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆଣିଛି ନୂଆ ସମସ୍ୟା। ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାର ସ୍ଥିତି ନିଜେ ବୁଲି ଦେଖିଥିଲେ ବାଚସ୍ପତି। ଚାଷୀମାନେ କିଭଳି କ୍ଷତିପୂରଣ ପାଇପାରିବେ, ସେନେଇ ଉପସ୍ଥିତ ଅଧିକାରୀଙ୍କ ସହ କରିଥିଲେ ଆଲୋଚନା। ଏହାପରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଥିଲେ ବାଚସ୍ପତି। କ୍ଷତିଗ୍ରସ୍ତ ଲୋକଙ୍କୁ କିଭଳି ତୁରନ୍ତ ସରକାରୀ ସହାୟତା ମିଳିପାରିବ, ସେନେଇ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ବାଚସ୍ପତିଙ୍କ ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ତେବେ ବାତ୍ୟା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ କେତେ ଶୀଘ୍ର ସହାୟତା ମିଳୁଛି ଏବଂ ଚାଷୀଙ୍କୁ କେବେ ମିଳୁଛି କ୍ଷତିପୂରଣ, ଏବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।
📲Get App