🔥 TRENDING घरो घरी नळ तर दिलेत पाण्याच्या टाकीची... Avenue Supermarts Expands to Sivakasi,... జనగాం జిల్లా కొడకండ్ల మండల కేంద్రంలో... 17-Year-Old Tamil Nadu Girl Murdered b... Madras High Court Calls for New Rules... Gear Shortage Delays Power Transmissio...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଗତକାଲି ବହୁ ଚର୍ଚ୍ଚିତ ପରକୀୟା ପ୍ରୀତି ଓ ଜମିବାଡ଼ି ବ୍ୟବସାୟକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଲାଗି ରହିଥିଲା ବିବାଦର ହୋଇଛି ଅନ୍ତ

✍️ Reporter: Deepak Mahapatra 🗓 21 Nov 2026, 06:38 PM 👁 18
Share: 💬 WhatsApp 📘 Facebook 𝕏 Post
ଗତକାଲି ବହୁ ଚର୍ଚ୍ଚିତ ପରକୀୟା ପ୍ରୀତି ଓ ଜମିବାଡ଼ି ବ୍ୟବସାୟକୁ କେନ୍ଦ୍ର କରି ଦୀର୍ଘଦିନ ଧରି ଲାଗି ରହିଥିଲା ବିବାଦର ହୋଇଛି ଅନ୍ତ,ଚାଲି ଯାଇଛି ଜଣକଙ୍କ ଜୀବନ, ଅଭିଯୋଗ ଅନୁଯାଇ ନୟାଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଭାଟସାହି ଗାଁର ବିଜୟ ବେହେରା ହତ୍ୟା ଘଟଣାରେ ଅଭିଯୁକ୍ତ କୁନା ବେହେରାଙ୍କୁ ପୋଲିସ ଗିରଫ କରିଛି,ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ କୁନା ବେହେରାଙ୍କ ସ୍ତ୍ରୀଙ୍କ ସହ ମୃତ ବିଜୟ ବେହେରାଙ୍କ ପରକୀୟା ପ୍ରୀତି ଥିବା ଏବଂ ଜମିବାଡ଼ି କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଥିଲା, ଏନେଇ ମଧ୍ୟ ଥାନାରେ ମାମଲା ରହିଛି,ଗତ କାଲି ପ୍ରବଳ ବର୍ଷା ସମୟରେ ବିଜୟ ବେହେରା ଧାନ ବିଲକୁ ଯାଇଥିବା ବେଳେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ କୁନା ବେହେରା ତାଙ୍କୁ ଆକ୍ରମଣ କରିଥିଲା। ପରେ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ କୁନା ବେହେରାଙ୍କୁ ଗିରଫ କରିବା ସହ, ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାଅସ୍ତ୍ର ଜବତ କରିବା ସହ ଅଧିକ ତଥ୍ୟ ଯୋଗାଡ଼ ପାଇଁ ଅଭିଯୁକ୍ତ କୁନା ବେହେରାଙ୍କୁ ଘଟଣା ସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି,ଏନେଇ ଆଜି ନୟାଗଡ଼ ଏସ୍‌ଡିପିଓ ସୃଷ୍ଟି ପ୍ରଧାନ ପ୍ରେସ୍‌ମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି।
📲Get App