🔥 TRENDING ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर... ଦୁଷ୍କର୍ମ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ... ଏହି ଜିଲ୍ଲାରେ ଆସନ୍ତାକାଲି ବି ସ୍କୁଲ,କଲେଜ... Congress Leaders Claim Bias in BCCI’s...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଲିଭ ଇନ୍‌ରେ ରହୁଥିଲେ, ବିବାହ ଯୋଜନା ଚାଲିଥିଲା, କିନ୍ତୁ ଯୁବତୀ ଘରକୁ ଯିବାର ୪ ଦିନ ପରେ...

✍️ Reporter: Deepak Mahapatra 🗓 21 Nov 2026, 03:13 PM 👁 19
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରର ବଡ଼ଗଡ଼ ଉପରସାହିରେ ଭଡ଼ା ଘରୁ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଦେବାଶିଷ ମହାପାତ୍ର। ତାଙ୍କ ଘର କଣାସ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ସେ ବହୁ ସମୟ ଧରି ଘରର କବାଟ ଖୋଲି ନଥିଲେ। ତେଣୁ ଘର ମାଲିକଙ୍କ ମା’ଙ୍କର ସନ୍ଦେହ ହୋଇଥିଲା। ଏହାପରେ ଘର ମାଲିକ ଝରକା ଫାଙ୍କ ଦେଇ ଦେଖିଥିଲେ ଯେ ଦେବାଶିଷ ହଲଚଲ ନହୋଇ ଶୋଇ ରହିଛନ୍ତି। କବାଟ ବାଡ଼େଇବା ସତ୍ତ୍ୱେ ସେ ଖୋଲି ନଥିଲେ। ତେଣୁ ସେ ପୁଲିସକୁ ଖବର ଦେଇଥିଲେ। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେବାଶିଷଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

ଦେବାଶିଷ ଜଣେ ଯୁବତୀଙ୍କ ସହ ୭ରୁ ୮ ମାସ ହେବ ସେହି ଘରେ ରହୁଥିଲେ। ସେମାନେ ଲିଭ୍‌ ଇନ୍‌ରେ ରହୁଥିଲେ। ଉଭୟ ବିବାହ କରିବାକୁ ଯୋଜନା କରିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କର ମଧ୍ୟ ସେଠାକୁ ଯିବା ଆସିବା ହେଉଥିଲା। ଚାରି ଦିନ ପୂର୍ବରୁ ଯୁବତୀଙ୍କ ବାପା ଆସି ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ଏହାପରେ ଦେବାଶିଷ ଏକାକୀ ରହୁଥିଲେ। ଆଉ ଆଜି ତାଙ୍କ ମୃତଦେହ ମିଳିଛି।
ଲିଭ୍‌ ଇନ୍ ପାର୍ଟନରଙ୍କ ସହିତ ପ୍ରେମଜନିତ ସମସ୍ୟାକୁ ନେଇ ଦେବାଶିଷ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସର ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି କୁହାଯାଉଛି।
📲Get App