🔥 TRENDING जनार्दन ने पूर्णिया में जनता दर्शन के... फिरोजाबाद में नाबालिग से दुष्कर्म के आ... Telangana Medical Council Seizes Four... ବାତ୍ୟା ‘ଅକ୍ୱାନ୍' ପରେ ଓଡ଼ିଶାକୁ ବନ୍ୟା ଭୟ... Rahul Gandhi Accused of Contradicting... Hyderabad Food Authority Suspends Lice...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ସରକାରୀ ଟଙ୍କାରେ ବଡ଼ ହେରଫେର; ୧.୨୩ କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗରେ ଫରେଷ୍ଟ ଅଫିସର ସିନିୟର ଆସିଷ୍ଟାଣ୍ଟ ଗିରଫ

✍️ Reporter: Deepak Mahapatra 🗓 21 Nov 2026, 03:27 PM 👁 22
Share: 💬 WhatsApp 📘 Facebook 𝕏 Post
ଅନୁଗୋଳ: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ୧ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ହେରଫେର ଅଭିଯୋଗରେ ସାତକୋଶିଆ ୱାଇଲ୍ଡଲାଇଫ୍ ଡିଭିଜନ୍‌ର ଡିଏଫ୍‌ଓ କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଟ ଅଜୟ କୁମାର ନାଏକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଶୁକ୍ରବାର ରାତିରେ ଅନୁଗୋଳ ସହରରୁ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍।

୧ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ

ଭିଜିଲାନ୍ସର ତଦନ୍ତ ଅନୁସାରେ, ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ମୋଟ ୧,୨୩,୫୨,୫୪୭ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ରହିଛି। କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବାବଦ ଦରମା ଓ ବକେୟା ଟଙ୍କା ପ୍ରକ୍ରିୟାକରଣ ଦାୟିତ୍ୱରେ ଥିବା ବେଳେ ଏହି ଅର୍ଥ ହେରଫେର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

HRMS ପୋର୍ଟାଲ୍‌ରେ ଜାଲିଆତି, ମୃତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଟଙ୍କା ଉଠାଣ

ଭିଜିଲାନ୍ସ ଅଧିକାରୀଙ୍କ ଅଭିଯୋଗ ଅନୁସାରେ, HRMS ପୋର୍ଟାଲ୍‌ରେ ଅନଲାଇନ୍ ଦେୟ ରେକର୍ଡରେ ହେରଫେର କରାଯାଇଥିଲା। ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଅବ୍ୟବହୃତ ଛୁଟି ଦରମା ଏବଂ ବକେୟା ଟଙ୍କାର ଜାଲ୍ ଦାବି ପ୍ରସ୍ତୁତ କରାଯାଇଥିଲା। ଏହି ଟଙ୍କା ପ୍ରକୃତ ହିତାଧିକାରୀଙ୍କ ଖାତାକୁ ନଯାଇ ଅଭିଯୁକ୍ତଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ଅନ୍ୟ ଦୁଇ ଜଣଙ୍କ ଆକାଉଣ୍ଟକୁ NEFT ଜରିଆରେ ପଠାଯାଇଥିବା ଅଭିଯୋଗ ହୋଇଛି।

ଅକ୍ଟୋବରରୁ ଫେରାର୍, ଅନୁଗୋଳରୁ ଧରିଲା ଭିଜିଲାନ୍ସ

ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରଠାରୁ ଅକ୍ଟୋବର ୨୦୨୬ରୁ ଅଜୟ କୁମାର ନାଏକ ଫେରାର୍ ଥିବା ଭିଜିଲାନ୍ସ କହିଛି। ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ଭିଜିଲାନ୍ସ ଟିମ୍। ଶୁକ୍ରବାର ରାତିରେ କାର୍‌ରେ ନିଜ ଘରକୁ ଯାଉଥିବା ବେଳେ ଅନୁଗୋଳ ସହରରୁ ତାଙ୍କୁ ଗିରଫ କରାଯାଇଛି।

ଭିଜିଲାନ୍ସ ଥାନାରେ ମାମଲା, ଚାଲିଛି ତଦନ୍ତ

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଅନ୍ୟ କେଉଁମାନେ ଏହି ହେରଫେରରେ ସାମିଲ ଅଛନ୍ତି ଏବଂ ଟଙ୍କା କେଉଁଠିକୁ ଯାଇଛି, ସେନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
📲Get App