🔥 ट्रेंडिंग ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ନଭେମ୍ବ... ସରକାରୀ ଟଙ୍କାରେ ବଡ଼ ହେରଫେର; ୧.୨୩ କୋଟି ଟ... ସୁଦାମ ହତ୍ୟା ଘଟଣାର ପର୍ଦ୍ଦାଫାସ: ମଙ୍ଗଳସୂତ... ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
स्वास्थ्य

କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ପଡ଼ିଲା ମହଙ୍ଗା: ରାଜ୍ୟର ୩ ସରକାରୀ ଡାକ୍ତରଙ୍କୁ ନିଲମ୍ବନ କଲେ ସ୍ୱାସ୍ଥ୍ୟ ବିଭାଗ

✍️ रिपोर्टर: Deepak Mahapatra 🗓 21 नव. 2026, 03:09 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ସରକାରୀ ଚାକିରି ନିୟମାବଳୀର ଉଲ୍ଲଂଘନ ଓ ଜରୁରୀକାଳୀନ ପରିସ୍ଥିତିରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ସରକାର ୩ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୩ ଜଣ ମେଡିକାଲ ଅଫିସରଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ(health dept) ପକ୍ଷରୁ ଜାରି ସୂଚନା ଅନୁସାରେ, ନିଲମ୍ବିତ ହୋଇଥିବା ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ସିଏଚସି ଅଧୀନସ୍ଥ ଗାଜଲବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଓ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ସୁପ୍ରକାଶ ଦାସଙ୍କୁ ଚାକିରିରୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯାଇଛି। ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ପ୍ରାବଧାନ ଆଧାରରେ ନିଲମ୍ବନ କରାଯାଇଛି।

ଡାକ୍ତର ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଆଚରଣ ବିଧିର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସେ ସୋସିଆଲ ମିଡିଆରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନଧିକୃତ ଭାବେ ମନ୍ତବ୍ୟ ଲେଖିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସେହିପରି ଗଞ୍ଜାମ ଜିଲ୍ଲାର ଦୁଇ ଡାକ୍ତର ତମନ୍ନା ଓ ଡାକ୍ତର ଦାସ ବାତ୍ୟା ‘ଅର୍ଣ୍ଣବ’ ସମୟରେ ବିନା ଅନୁମତିରେ ଅନଧିକୃତ ଭାବେ ଛୁଟିରେ ରହିଥିଲେ।ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟସ୍ଥଳରେ ଅନୁପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ନଭେମ୍ବର ୧୩ତାରିଖରେ ପୃଥକ୍ ନିର୍ଦ୍ଦେଶନାମା ଜରିଆରେ ଏହି ଦୁଇ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

ନିଲମ୍ବନ ଅବଧି ମଧ୍ୟରେ ଡାକ୍ତର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ଠାରେ ନିର୍ଦ୍ଧାରିତ ହୋଇଥିବାବେଳେ ଡାକ୍ତର ତମନ୍ନା ଓ ଡାକ୍ତର ଦାସଙ୍କ ମୁଖ୍ୟାଳୟ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲଠାରେ ରହିବ। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ସେମାନେ ନିଜ ନିଜ ମୁଖ୍ୟାଳୟ ଛାଡ଼ି କୌଣସି ସ୍ଥାନକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ତେବେ ନିଲମ୍ବନ ସମୟ ମଧ୍ୟରେ ସେମାନେ ଓଡ଼ିଶା ସେବା ସଂହିତା (ଓଡ଼ିଶା ସର୍ଭିସ୍ କୋଡ୍‌)ର ନିୟମ-୯୦ ଅନୁଯାୟୀ ଜୀବନଧାରଣ ଭତ୍ତା ପାଇବାକୁ ହକଦାର ହେବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
📲Get App