🔥 TRENDING Kerala Seeks New Export Avenues Throug... ଖସିବ ପାରଦ, ଥରିବ ଓଡ଼ିଶା; କାର୍ତ୍ତିକ ପୂର୍... Muvattupuzha Streets Darken Days After... KSRTC Launches Daily Swift Bus from Ni... India Lead New Zealand by 118 Runs Aft... 25‑Year‑Old Telangana Man Dies in US M...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା ଘଟଣା: ଖୋଲିଲା ଗୁମର, ମାଆ ହିଁ ହତ୍ୟାକାରୀ

✍️ Reporter: Deepak Mahapatra 🗓 21 Nov 2026, 03:21 PM 👁 22
Share: 💬 WhatsApp 📘 Facebook 𝕏 Post
ସମ୍ବଲପୁରରେ କୂଅରୁ ୧୦ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ଶିଶୁଟିକୁ ତା’ ମା’ କୂଅରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ଅଭିଯୁକ୍ତ ମହିଳା ବିବାହ କରି ନାହାନ୍ତି। ତାଙ୍କର ଅନ୍ୟ ଜାତିର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ବିବାହର ପ୍ରତିଶ୍ରୁତି ପାଇ ସେ ପ୍ରେମିକଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେ ଗର୍ଭବତୀ ହେବା ସହ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଯୁବକ ଜଣଙ୍କ ତାଙ୍କୁ ବିବାହ କରିନଥିଲେ।

ନିନ୍ଦା, ଅପବାଦ ଯୋଗୁ ସେ ନିଜ ଘର ଛାଡ଼ି ତାଙ୍କ ମାମୁ ଘରକୁ ଚାଲିଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସେହି ସମାନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା। ସେଥିପାଇଁ ସେ ମାନସିକ ଚାପରେ ଥିଲେ। ସମାଧାନର କୌଣସି ବାଟ ନପାଇ ସେ ତାଙ୍କର ୧୦ ମାସର ଶିଶୁପୁତ୍ରକୁ କୂଅରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିଛି।
ଗତକାଲି କୂଅରୁ ଶିଶୁପୁତ୍ରଟିର ମୃତଦେହକୁ ଦମକଳ ବାହିନୀ ଉଦ୍ଧାର କରିଥିଲା। ଏହା ପରେ ମହିଳା ଜଣକ ନିଜେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ ତଦନ୍ତ ବେଳେ ତାଙ୍କ ଉପରେ ସନ୍ଦେହ କରିଥିଲା। ତେଣୁ ତାଙ୍କୁ ପଚରାଉଚରା କରିଥିଲା। ଆଉ ପଚରାଉଚରା ବେଳେ ସେ ସବୁ କଥା କହିଥିଲେ।

ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ବେଳେ ଘଟଣାରସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
📲Get App