🔥 ट्रेंडिंग सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... असम के मुख्यमंत्री ने ताई खाम्ती नववर्... अमृतसर रेलवे स्टेशन पर खड़ी ट्रेन का श... तरन तरन में माता के जागरण की तैयारियों... महाराष्ट्र राज्यव्यापी विशेष सत्यशोधक...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
मनोरंजन

ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ!ବାଲିଯାତ୍ରା ପଡ଼ିଆରୁ କେବେ ହଟିବ ପାଣି?

✍️ रिपोर्टर: Deepak Mahapatra 🗓 21 नव. 2026, 03:59 PM 👁 15
शेयर करें: 💬 WhatsApp 📘 Facebook 𝕏 Post
କଟକର ଐତିହାସିକ ବାଲିଯାତ୍ରା। ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରା ଓ ଗୌରବର ପ୍ରତୀକ। ପ୍ରତିବର୍ଷ ଏହି ମହାନ ମେଳାକୁ ନେଇ ରହିଥାଏ ଅପୂର୍ବ ଉତ୍ସାହ। ହେଲେ ଏଥର ଆରମ୍ଭରୁ ହିଁ ବାଲିଯାତ୍ରା ଉପରେ ପଡ଼ିଛି ବର୍ଷାର ବ୍ରେକ୍। ବାତ୍ୟା ଅକଭାନ ପ୍ରଭାବରେ କଟକରେ ତୁହାକୁ ତୁହା ବର୍ଷା। ଆଉ ଏହି ବର୍ଷା ଯୋଗୁଁ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଜମି ରହିଛି ବର୍ଷା ଜଳ। ଚାରିଆଡ଼େ କାଦୁଅ ପଚପଚ। ଯେଉଁଠି ଷ୍ଟଲ୍ ନିର୍ମାଣ କାମ ଜୋରସୋରରେ ଚାଲିବା କଥା, ସେଠି ବର୍ଷା ପାଣି ପାଇଁ ଅଟକି ଯାଇଛି ପ୍ରସ୍ତୁତି।

ବାଲିଯାତ୍ରାକୁ ନେଇ ବେଶ୍ ଆଶା ବାନ୍ଧିଥିଲେ ଛୋଟ ବଡ଼ ବ୍ୟବସାୟୀ। ଆଗୁଆ ଷ୍ଟଲ୍ ପାଇଁ ଜାଗା କିଣିବା ସହ ବ୍ୟବସାୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ବର୍ଷା ସବୁ ଯୋଜନାକୁ ବିଗାଡ଼ି ଦେଇଛି। ହାତରେ ଆଉ ମାତ୍ର ଦୁଇ ଦିନ। କିନ୍ତୁ ଏପର୍ଯ୍ୟନ୍ତ ଷ୍ଟଲ୍ ନିର୍ମାଣ କାମ ଶେଷ ହୋଇପାରିନାହିଁ। ବିଶେଷକରି ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଛି। ରହିବା ଠାରୁ ଆରମ୍ଭ କରି ଦୋକାନ ଖୋଲିବା ପର୍ଯ୍ୟନ୍ତ ସବୁଥିରେ ବର୍ଷା ସାଜିଛି ପ୍ରତିବନ୍ଧକ।

ଏଥର ବାଲିଯାତ୍ରାର ଉଦ୍‌ଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ ମେଳାର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ଉପରେ ରହିଛି ଅଧିକ ଦାୟିତ୍ୱ। ଏଭଳି ସ୍ଥିତିରେ ଦୁଇଟି ପଡ଼ିଆରୁ ତୁରନ୍ତ ବର୍ଷା ଜଳ ନିଷ୍କାସନ, କାଦୁଅ ସଫା ଏବଂ ଷ୍ଟଲ୍ ନିର୍ମାଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ।ଗୋଟିଏ ପଟେ ବାଲିଯାତ୍ରାକୁ ନେଇ କଟକବାସୀଙ୍କ ମନରେ ଉତ୍ସାହ, ଅନ୍ୟପଟେ ବର୍ଷା ପାଇଁ ବିଗିଡ଼ି ଯାଇଛି ପ୍ରସ୍ତୁତି। ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ। ଦୁଇ ଦିନ ଭିତରେ ପଡ଼ିଆରୁ ପାଣି ନିଷ୍କାସନ ହୋଇ ସ୍ୱାଭାବିକ ହେବ କି ବାଲିଯାତ୍ରା ପ୍ରସ୍ତୁତି? ନା ବର୍ଷା ଯୋଗୁଁ ଫିକା ପଡ଼ିବ ଏଥରର ଐତିହାସିକ ମହାମେଳା? ତାହା ଉପରେ ଏବେ ସମସ୍ତଙ୍କ ନଜର।
📲Get App