🔥 TRENDING 35 साल पुरानी मंदिर धरोहर के पुनर्निर्... ବନ୍ୟାରେ ବୁଡ଼ିଲା ଚାଷୀଙ୍କ ସ୍ୱପ୍ନ, ପାଣିରେ... ମାଥିଲିର ଶିକ୍ଷକଙ୍କୁ ହାଇକୋର୍ଟଙ୍କ ବଡ଼ ଆଶ୍... Amritsar Pilgrims Eagerly Prepare for... जनपद में 2149 मतदान केंद्रों पर विशेष... MP Amritpal's Grandmother Buried in Ch...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଉଡ଼ିବନି ଡ୍ରୋନ୍‌ , ନୋ ଡ୍ରୋନ୍‌ ଜୋନ୍‌ ଘୋଷଣା କଲେ ଜିଲ୍ଲାପାଳ

✍️ Reporter: Deepak Mahapatra 🗓 21 Nov 2026, 03:40 PM 👁 20
Share: 💬 WhatsApp 📘 Facebook 𝕏 Post
କଟକ : ଐତିହାସିକ କଟକ ବାଲିଯାତ୍ରା ୨୦୨୬ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ୫ କିଲୋମିଟର ପରିଧିକୁ 'ନୋ ଡ୍ରୋନ୍‌ ଜୋନ୍‌' ଭାବେ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି।

ଏହି ନିର୍ଦ୍ଦେଶ ଅନୁସାରେ ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେତେବେଳେ କି ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଉଭୟ ଉପର ଏବଂ ତଳ ବାଲିଯାତ୍ରା ପଡ଼ିଆ ସମେତ ଏହାର ଚାରିପଟେ ଥିବା ୫ କିଲୋମିଟର ପରିଧି ମଧ୍ୟରେ ଏହି କଟକଣା ଲାଗୁ କରାଯାଇଛି। ଏଥିପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା ୧୬୩ ଲାଗୁ ହୋଇଛି। କେବଳ ଡ୍ରୋନ୍ ନୁହେଁ, ପାରାଗ୍ଲାଇଡର୍, ହଟ୍ ଏୟାର ବେଲୁନ୍, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ ଏବଂ ଅନ୍ୟାନ୍ୟ କୌଣସି ପ୍ରକାର ମାନବବିହୀନ ଯାନ ଉଡ଼ାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।

ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ଭିଭିଆଇପି ଓ ଭିଆଇପିଙ୍କ ଗସ୍ତ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। କେବଳ ସରକାରୀ ଏଜେନ୍ସିଗୁଡ଼ିକୁ ବାଲିଯାତ୍ରା ସୁରକ୍ଷା ତଦାରଖ ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ଅନୁମତି ମିଳିବ।

ସେହିପରି ଅନ୍ୟ ଏକ ନିର୍ଦ୍ଦେଶନାମାରେ ଜିଲ୍ଲାପାଳ ତଳ ବାଲିଯାତ୍ରା ପଡ଼ିଆର 'ଗଣକବି ବୈଷ୍ଣବ ପାଣି ମଞ୍ଚ' ଏବଂ 'ଅକ୍ଷୟ ମହାନ୍ତି ମଞ୍ଚ'ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବା ଡାକବାଜି ଯନ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ।
📲Get App