🔥 TRENDING कांग्रेस ने पंचायत राज चुनाव में 129 स... सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... Assam CM extends greetings on Tai Kham... Glass of Stationary Train Shattered at... Armed assailants fire on youths prepar...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଗ୍ୟାସ୍ ଲିକ୍‌ରୁ ହୋଟେଲରେ ଅଗ୍ନିକାଣ୍ଡ, ମାଲିକାଣୀ ଗୁରୁତର ଆହତ

✍️ Reporter: Deepak Mahapatra 🗓 21 Nov 2026, 04:11 PM 👁 20
Share: 💬 WhatsApp 📘 Facebook 𝕏 Post
ଝାରସୁଗୁଡ଼ା ପୁରୁଣାବସ୍ତି ଅଞ୍ଚଳରେ ଥିବା ଏକ ଜଳଖିଆ ହୋଟେଲରେ ଗ୍ୟାସ୍ ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ହୋଟେଲର ମାଲିକାଣୀ ନିଆଁରେ ପୋଡ଼ି ଅଧା ଜଳିଯାଇଥିବା ଜଣାପଡ଼ିଛି। ତେବେ ଭଗବାନଙ୍କ ଦୟାରୁ ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।
ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ (IGH)କୁ ସ୍ଥାନାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ, ଆହତ ମହିଳା ଜଣକ ଝାରସୁଗୁଡ଼ା ପୁରୁଣାବସ୍ତି ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେହି ଅଞ୍ଚଳରେ ହିଁ ନିଜର ଜଳଖିଆ ହୋଟେଲ ଚଳାଉଥିଲେ। ଗ୍ୟାସ୍ ଲିକ୍ ଯୋଗୁଁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ବାତାବରଣ ଖେଳିଯାଇଛି।
📲Get App