🔥 ट्रेंडिंग केरल ने भारत के मुक्त व्यापार समझौतों... ଖସିବ ପାରଦ, ଥରିବ ଓଡ଼ିଶା; କାର୍ତ୍ତିକ ପୂର୍... मुवट्टुपुज़ा की सड़कों पर नई लाइटिंग स... केएसआरटीसी ने निलम्बुर से बेंगलुरु तक... क्ल राहुल के 136 से भारत ने न्यूजीलैंड... 25 वर्षीय तेलंगाना निवासी यूएस में हिर...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଦୁଷ୍କର୍ମ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ପରିବାର ଲୋକ ଓ ଗ୍ରାମବାସୀ

✍️ रिपोर्टर: Deepak Mahapatra 🗓 21 नव. 2026, 03:20 PM 👁 25
शेयर करें: 💬 WhatsApp 📘 Facebook 𝕏 Post
୭ ବର୍ଷର ଶିଶୁକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଯୁବକଙ୍କୁ ପରିବାର ଓ ଗାଁ ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ଜିତେନ୍ଦ୍ର ପ୍ରଧାନ। ତାଙ୍କୁ ୩୦ ବର୍ଷ ହୋଇଥିଲା। ତାଙ୍କ ଘର ଇନ୍ଦିପୁର ଗାଁରେ।


ପ୍ରଥମେ ଶିଶୁକନ୍ୟାର ବାପା ଓ ମାମୁ ଯୁବକଙ୍କୁ ଗୋଟିଏ ଘରେ ବାନ୍ଧି ଦେଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ମିଶି ତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ସଦର ଥାନା ପୁଲିସ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶିଶୁକନ୍ୟାର ପରିବାର ପକ୍ଷରୁ ଜିତେନ୍ଦ୍ର ପ୍ରଧାନଙ୍କ ନାଁରେ ସଦର ଥାନାରେ ଅଭିଯୋଗ କରାଯାଇଥିଲା। ତାଙ୍କ ମୃତ୍ୟୁ ହେବା ପରେ ସଦର ଥାନା ପୋଲିସ ଆକ୍ରମଣକାରୀଙ୍କ ନାଁରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଶିଶୁକନ୍ୟାର ବାପା ଓ ମାମୁଙ୍କୁ ଗିରଫ କରିଛି। ରୁଜୁ ହୋଇଥିବା ଉଭୟ ମାମଲାର ତଦନ୍ତ କରାଯିବ ବୋଲି ଢେଙ୍କାନାଳ ଏସ୍‌ପି କହିଛନ୍ତି। ଏହା ସହିତ ଅଭିଯୁକ୍ତମାନଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ନ ଦେବା ପାଇଁ ସଚେତନ କରାଯିବ ବୋଲି ସେ କହିଛନ୍ତି।
📲Get App