🔥 TRENDING Nawada Husband Accuses Wife of Abandon... सुख, शांति और समृद्धि की कामना के साथ... Motihari Attorney Arrested for 11,000... Patna Police Arrest Cunning Thief in M... Body of Sahadev Chaudhary Found on Rai... Congress Leads in Rajasthan Panchayat...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ଶ୍ରୀମନ୍ଦିରରେ ଅଘଟଣ; ଦର୍ପଣିଆ ସେବାୟତଙ୍କ ମୁଣ୍ଡରେ ଆଘାତ, ରକ୍ତ ଛିଟା ପଡ଼ିବାରୁ ବଡ଼ମହାସ୍ନାନ ନୀତି

✍️ Reporter: Deepak Mahapatra 🗓 20 Nov 2026, 02:59 PM 👁 18
Share: 💬 WhatsApp 📘 Facebook 𝕏 Post
ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଗୋଡ଼ ଖସି ପଡ଼ି ଆହତ ହେଲେ ଦର୍ପଣିଆ ସେବାୟତ। କଳାହାଟ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିବା ପରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବଡ଼ମହାସ୍ନାନ ନୀତି। ଏଥିପାଇଁ ସାମୟିକ ଭାବେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ।

ଆହତ ସେବାୟତ ହେଉଛନ୍ତି ପୁରୀ ବାଲିସାହି ବରାହୀଲେନ୍‌ର ମଦନ ମୋହନ ବେଜ। ସୂଚନା ଅନୁଯାୟୀ, ମଙ୍ଗଳ ଆଳତି ପରେ ଅବକାଶ ନୀତି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କଳାହାଟ ଦ୍ୱାର ନିକଟରେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ତଳେ ପଡ଼ିଯାଇ ମୁଣ୍ଡରେ ଆଘାତ ପାଇଥିଲେ। ତୁରନ୍ତ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଅନ୍ୟପଟେ, ସେବାୟତଙ୍କ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ବିଧି ଅନୁଯାୟୀ ବଡ଼ମହାସ୍ନାନ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଶେଷ ହେବା ପରେ ପୁଣିଥରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ଆରମ୍ଭ ହେବ।
📲Get App