🔥 ट्रेंडिंग उनाकोति जिले ने जजम 2.0 जल आपूर्ति पहल... त्रिपुरा सीएम ने भाजपा की बढ़ती लोकप्र... भारत का पहला संगठित गधे का फार्म खुला,... हिमाचल प्रदेश ने निवेश मंजूरी को आसान... हिमाचल प्रदेश में सड़क माल परिवहन पर प... उत्ताराखण्ड में दो सड़क दुर्घटनाओं में...
20 नव. 2026•
ગુજરાતી मराठी ਪੰਜਾਬੀ বাংলা

ଚିତ୍ରକୋଣ୍ଡା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

✍️ रिपोर्टर: DHARMENDRA ROUT 🗓 19 नव. 2026, 10:31 AM 👁 31
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଚିତ୍ରକୋଣ୍ଡା (୧୮/୧୧):- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିତ୍ରକୋଣ୍ଡା ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇ ବିଭିନ୍ନ ବର୍ଗର ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କ ଆବଶ୍ୟକୀୟ ମୂଲ୍ୟାଙ୍କନ ଓ ଆବେଦନ ଗ୍ରହଣ କରାଯାଇଥିଲା। ଏହି ଶିବିରରେ ମୋଟ ୭୪୭ ଜଣଙ୍କ ଭିନ୍ନକ୍ଷମତା ମୂଲ୍ୟାଙ୍କନ କରାଯାଇଥିବା ବେେଳେ ସେଥିମଧ୍ୟରୁ ମାନସିକ ଭିନ୍ନକ୍ଷମ ବର୍ଗରେ ୮୦ ଜଣ, ଦୃଷ୍ଟିବାଧିତ ବର୍ଗରେ ୮୭ ଜଣ, ଶାରୀରିକ ଭିନ୍ନକ୍ଷମ ବର୍ଗରେ ୧୮୮ ଜଣ, ବକ୍ତୃବ୍ ଓ ବାକ୍‌ଶକ୍ତି ସମସ୍ୟାଥିବା ବର୍ଗରେ ୧୩୩ ଜଣ ଏବଂ ଅନ୍ୟାନ୍ୟ ବର୍ଗରେ ୪ ଜଣଙ୍କର ମୂଲ୍ୟାଙ୍କନ କରାଯାଇଥିଲା। ଏଥିସହିତ ୨୧୫ ଜଣ ହିତାଧିକାରୀଙ୍କଠାରୁ ପେନସନ ଆବେଦନ, ୩୦ ଜଣଙ୍କଠାରୁ ବସ୍‌ ପାସ୍‌ ଓ ୧୦ ଜଣଙ୍କଠାରୁ ଜାତୀୟ ପରିବାର ମଙ୍ଗଳ ଯୋଜନା ପାଇଁ ଆବେଦନ ଗ୍ରହଣ କରାଯାଇଥିଲା। ​ମୋଟ ୭୪୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସେବା ଓ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଚିହ୍ନଟ ଓ ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଏଜି ଶିବିରରେ ଜିଲ୍ଲାର ବହୁ ଅଭିଜ୍ଞ ଡାକ୍ତର ସାମିଲ ହୋଇଥିଲେ । ଡା ପିକେ ବେହେରା, ଡା ଏ. ମାଝୀ, ଡା ଏମଏମଏ ହୁସେନ, ଡା ସମୀର ଗୋଲଡ଼ର, ଡା ପ୍ରୀତିରାଜ ସେଠ, ଡା ପ୍ରେମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ପ୍ରିତା କୁମାର ଯୋଗ ଦେଇଥିଲେ । ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶଶାଙ୍କ ସୌମ୍ୟ ରଞ୍ଜନ ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିଲା।
📲Get App