🔥 TRENDING बिलासपुर के पठान मोहल्ले में सीसी रोड... बिलासपुर के शालेय क्रिकेट में उम्र और... રાજકોટમાં ખાનગી થિયેટરે દારૂ સાથે બર્થ... 3 सूत्री मांगों को लेकर पटवारी हड़ताल... गोरखपुर में बुलडोजर टक्कर से मरे 14 वर... चंद्रपूरमध्ये पोलीस अधीक्षक आयुष नोपान...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ଆସନ୍ତାକାଲିଠାରୁ ତିନି ଦିନ ଯାଏ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ

✍️ Reporter: Deepak Mahapatra 🗓 19 Nov 2026, 11:55 AM 👁 43
Share: 💬 WhatsApp 📘 Facebook 𝕏 Post
ପୁରୀ : ବାତ୍ୟା ‘ଅକୱାନ’କୁ ନେଇ ଏବେ ଚିନ୍ତା ବଢ଼ିଛି। ବାତ୍ୟା ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲାଗୁ କରାଯାଇଛି। ଆସନ୍ତା ୩ ଦିନ ଅର୍ଥାତ୍ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ ରହିବ। ବାତ୍ୟାର ପ୍ରଭାବ ଏବଂ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦେଖି ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଗୁଣ୍ଡିଚା ମନ୍ଦିର ସହ ନିକଟସ୍ଥ ଶରଧାବାଲି ଅଞ୍ଚଳକୁ ମଧ୍ୟ ଯିବା ଉପରେ କଟକଣା ରହିବ। ଏଥିସହ ଗୁଣ୍ଡିଚା ମନ୍ଦିର ମଧ୍ୟ ଏହି ତିନି ଦିନ ବନ୍ଦ ରହିବ। ଏଥିସହ ପୁରୀ ଅସ୍ତରଙ୍ଗ, ଚନ୍ଦ୍ରଭାଗା ସମୁଦ୍ର କୂଳକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି l

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅକୱାନ୍’ ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବାତ୍ୟା ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖରେ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ସହ ଉପକୂଳ ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ଓ ପବନର ପ୍ରଭାବ ରହିବ। ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ପୁରୀ ଯିବାକୁ ଯୋଜନା କରିଥିବା ଶ୍ରଦ୍ଧାଳୁମାନେ ନିଜ ଯାତ୍ରାକୁ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।
📲Get App