🔥 ट्रेंडिंग मुख्यमंत्री डॉ. मोहन यादव का रीवा हवाई... ગેનીબેન ઠાકોરના જન્મદિવસ પર કોંગ્રેસની... प्रधानमंत्री मोदी के राजापाकर कार्यक्र... સાવધાન રાજકોટ 🏛️ ગ્રામ વિકાસની દિશામાં વધુ એક સુવિધા... ਪੰਜਾਬ ਦੇ ਕੈਬਿਨੇਟ ਮੰਤਰੀ ਮਹਿੰਦਰ ਭਗਤ ਨੇ ਜ...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ବାତ୍ୟା ‘ଅକ୍‌ଭାନ୍’ ପାଇଁ ୨୨ ଯାଏଁ ସରକାରୀ ଛୁଟି ବାତିଲ; ସ୍କୁଲ ବନ୍ଦ, ୧୦ ବରିଷ୍ଠ ଆଇଏଏସ୍ କଣ୍ଟ୍ରୋଲ ରୁମ୍‌ରେ ମୁତୟନ

✍️ रिपोर्टर: Deepak Mahapatra 🗓 19 नव. 2026, 11:46 AM 👁 44
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର/କଟକ: ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ୍’ ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କାରେ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ଥିତିର ଗମ୍ଭୀରତା ଏବଂ ଜରୁରିକାଳୀନ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ୫ ଦିନ କୌଣସି କର୍ମଚାରୀ ଛୁଟି ନେଇପାରିବେ ନାହିଁ ଏବଂ ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

୯ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ୯ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା କରିଛନ୍ତି:

• ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ବନ୍ଦ: ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର। (ପାଗ ଖରାପ ରହିଲେ ଜିଲ୍ଲାପାଳ ଛୁଟି ବଢ଼ାଇପାରିବେ)।

• ନଭେମ୍ବର ୧୯ ଓ ୨୦ ପର୍ଯ୍ୟନ୍ତ ବନ୍ଦ: ଖୋରଧା, କୋରାପୁଟ ଓ ରାୟଗଡ଼ାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି।

• ଅନ୍ୟ ଜିଲ୍ଲାଗୁଡ଼ିକରେ ସ୍ଥିତି ଦେଖି ଜିଲ୍ଲାପାଳମାନେ ଛୁଟି ନିଷ୍ପତ୍ତି ନେବେ। ଛୁଟି ସମୟରେ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବାକୁ ଥିବା ବେଳେ ଅଙ୍ଗନବାଡ଼ି କର୍ମୀ ପିଲାଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବେ।

ଜିଲ୍ଲା ଦାୟିତ୍ୱରେ ୪ ଆଇଏଏସ୍, କଣ୍ଟ୍ରୋଲ ରୁମରେ ୧୦ ବରିଷ୍ଠ ଅଧିକାରୀ
• ୪ ଜିଲ୍ଲାକୁ ୪ ଆଇଏଏସ୍: ତଦାରଖ ଓ ସମନ୍ୱୟ ପାଇଁ ପୁରୀ ଦାୟିତ୍ୱରେ ଅରବିନ୍ଦ ଅଗ୍ରୱାଲ (ଉଚ୍ଚଶିକ୍ଷା ସଚିବ), ଜଗତସିଂହପୁରରେ ଯାମିନୀ ଷଡ଼ଙ୍ଗୀ (ଜିଏସ୍ଟି କମିଶନର), ଗଜପତିରେ ମାନସୀ ନିମ୍ଭାଲ (ମିସନ୍ ଶକ୍ତି ସଚିବ) ଏବଂ କେନ୍ଦ୍ରାପଡ଼ାରେ ସ୍ମୃତିରଞ୍ଜନ ପ୍ରଧାନ (ଓଏସ୍ଆଇସି ଏମ୍ଡି)ଙ୍କୁ ନିଯୁକ୍ତ କରାଯାଇଛି।

• ରାଜ୍ୟ ଜରୁରିକାଳୀନ କେନ୍ଦ୍ର: ଆଜି ସନ୍ଧ୍ୟା ୬ଟାରୁ ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ରହିବେ। ସେମାନଙ୍କ ମଧ୍ୟରେ ଡି. କେ. ସିଂହ, ଅରବିନ୍ଦ ପାଢ଼ୀ, ହେମନ୍ତ ଶର୍ମା, ଉଷା ପାଢ଼ୀ, ବିଶାଲ ଦେବ, ଚିତ୍ରା ଅରୁମୁଗମ୍, ସଞ୍ଜୟ ସିଂହ, ସଞ୍ଜୀବ କୁମାର ମିଶ୍ର, ସୁରେଶ କୁମାର ବଶିଷ୍ଠ ଓ ଭାସ୍କର ଜ୍ୟୋତି ଶର୍ମା ଅଛନ୍ତି।

• ଏହାସହ ୪ଟି ଜିଲ୍ଲାର ୫ଟି ବ୍ଲକ ପାଇଁ ୫ ଜଣ ପୂର୍ବତନ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଛି।

ଜଳଭଣ୍ଡାର, ରାସ୍ତା ଓ ଟ୍ରେନ୍ ଚଳାଚଳ ଉପରେ ନଜର
• ବନ୍ୟା ଓ ପାନୀୟ ଜଳ: ଜଳଭଣ୍ଡାର ଓ ନଦୀବନ୍ଧ ଉପରେ ୨୪ ଘଣ୍ଟା ନଜର ରଖିବା ସହ ଆବଶ୍ୟକ ମୁତାବକ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳ ପାଇଁ ବସୁଧା ହେଲ୍ପଲାଇନ୍ (୧୯୧୬) ଜରିଆରେ ତଦାରଖ ଚାଲିଛି।

• ଗଛ କଟା ଓ ସହରାଞ୍ଚଳ: ରାସ୍ତାରେ ଗଛ ପଡ଼ିଲେ ତୁରନ୍ତ ହଟାଇବା ପାଇଁ ୧୧ଟି ଜିଲ୍ଲାରେ ୧୦୦ଟି ଟିମ୍ ମୁତୟନ କରିବାକୁ ଓଏଫ୍ଡିସିକୁ ଅନୁରୋଧ କରାଯାଇଛି। ସହରାଞ୍ଚଳରେ ତୁରନ୍ତ ପଦକ୍ଷେପ ନେବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ପୌରାଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

• ସଡ଼କ ଓ ରେଳ: ଅସୁରକ୍ଷିତ ରାସ୍ତାରେ ଯାତାୟାତ କଟକଣା ଓ ରୁଟ୍ ଡାଇଭର୍ଟ ପାଇଁ ପରିବହନ କମିଶନର ଅମିତାଭ ଠାକୁର ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବାତ୍ୟା ପାଇଁ ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍ (୧୮୫୧୫) ଏବଂ କିରଣ୍ଡୁଲ୍-ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୧୬) ନଭେମ୍ବର ୧୯ ଓ ୨୦ରେ ବାତିଲ ରହିବ।
📲Get App