🔥 TRENDING Rajasthan United eye back-to-back wins... Hisar-Jodhpur Express Resumes Operatio... Drone discovered in residential area n... କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... Rajasthan Power Corp to Conduct JE Rec... How to Check Rajasthan 2026 Panchayat...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଆସନ୍ତା ଦୁଇ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ

✍️ Reporter: Deepak Mahapatra 🗓 19 Nov 2026, 11:54 AM 👁 34
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ବାତ୍ୟା ‘ଅକ୍ୱାନ୍‌’ ପ୍ରଭାବରେ ଦୁଇ ଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଖୋର୍ଦ୍ଧା ଜିଲ୍ଲା ପାଇଁ ଜାରି ହୋଇଥିବା ଅରେଞ୍ଜ ଆଲର୍ଟ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

ଆସନ୍ତାକାଲି ଗୁରୁବାର (୧୯ ନଭେମ୍ବର) ଏବଂ ଶୁକ୍ରବାର (୨୦ ନଭେମ୍ବର) ଦୁଇ ଦିନ ନନ୍ଦନ କାନନ ସମ୍ପୂର୍ଣ୍ଣ ବନ୍ଦ ରହିବ।ରାଜ୍ୟ ବଟାନିକାଲ୍ ଗାର୍ଡେନ ମଧ୍ୟ ଏହି ଦୁଇ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ୍‌’ ଯୋଗୁଁ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସଦ୍ଯ ପାଣିପାଗ ସୂଚନା ଅନୁସାରେ ଘଣ୍ଟାକୁ ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା ‘ଅକ୍‌ୱାନ୍’ । କଳିଙ୍ଗପଟନମ୍‌ଠାରୁ ୫୪୦ କି.ମି ଦୂରରେ ଓ ଗୋପାଳପୁରରୁ ୬୩୦ ଓ ପୁରୀରୁ ୬୯୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୩ ଘଣ୍ଟା ମଧ୍ଯରେ ଟ୍ବିନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।
📲Get App