🔥 ट्रेंडिंग ବାତ୍ୟା ଚେତାବନୀରେ ପୂର୍ବତଟ ରେଲୱେ ଆଜି ଛଅଟ... ୧୩ କିମି/ଘଣ୍ଟା ବେଗରେ ଚଳିତ ସାଇକ୍ଲୋନ୍ ଆକ୍... ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବା ଯୁକ୍ତ ୨ ପରୀକ... Cyclone Aqwan 20-21 ତାରିଖରେ ଶିମିଳିପାଳ... ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ପଡ଼ିବା ଓ ଅନ୍ୟା... ଗଞ୍ଜାମରେ 1,38,000 ଲୋକଙ୍କୁ ବିପଦ୍‌ ନିମନ୍...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
खेल

ରାଜନେତା ଏକାଦଶ ଡିସିଏଲ୍ ଫୁଟବଲ୍ କପ୍ ଚାମ୍ପିୟନ

✍️ रिपोर्टर: Deepak Mahapatra 🗓 18 नव. 2026, 11:02 AM 👁 47
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରରେ ରବିବାର ଏକ ନିଆରା ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏକ ନମ୍ବର ଫୁଟବଲ୍ ଏକାଡେମୀ ପରିସରରେ ଡିସିଏଲ୍ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ। ସମୁଦାୟ ୭ଟି ମ୍ୟାଚ୍‌ ଅନୁଷ୍ଟିତ ହୋଇଥିବା ବେଳେ ଦୁଇଟି ଗ୍ରୁପ୍‌ରେ ବିଭକ୍ତ ହୋଇ ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।


ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳ ଗୁଡିକ ହେଲେ ରାଜନେତା ଏକାଦଶ, ଓଲିଉଡ୍, ଗଣମାଧ୍ୟମ, ଆଇନଜୀବୀ, ଅଗ୍ନିଶମ, ଷଷ୍ଠ ବାଟାଲିୟନ, ପୋଲିସ ଓ ସଚିବାଳୟ।

ପ୍ରଥମ ଗ୍ରୁପ୍‌ର ୪ ଦଳରୁ ପୋଲିସ ଲାଇନ ଓ ଷଷ୍ଠ ବାଟାଲିୟନ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ ରେ ପୋଲିସ ଲାଇନ ୨-୦ ଗୋଲରେ ଷଷ୍ଠ ବାଟାଲିୟନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱତୀୟ ଗ୍ରୁପର ୪ ଦଳ ମଧ୍ୟରୁ ରାଜନେତା ଏକାଦଶ ୨-୦ ଗୋଲରେ ଆଇନଜୀବୀ ଏକାଦଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ରାଜନେତା ଏକାଦଶ ଫାଇନାଲ ମ୍ୟାଚରେ ପୋଲିସ ଲାଇନକୁ ୨-୦ ରେ ପରାସ୍ତ କରି ଡିସିଏଲ ଚମ୍ପିୟନ ଟ୍ରଫି ହାସଲ କରିଥିଲା।

ଏହି ଅବସରରେ ଗତକାଲି ଏକ ଚିତାକର୍ଷକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଉଥିଲା। ମହିଳା ସାମ୍ବାଦିକ ଓ ଅଭିନେତ୍ରୀ ଏକାଦଶଙ୍କ ସହ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବହୁତ ଆକର୍ଷଣୀୟ ଥିଲା।

ବିଧାୟକ ଅରୁଣ କୁମାର ସାହୁ, ରମେଶ ଜେନା, ଡ଼ ଫକୀର ମୋହନ ନାୟକ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଫିର୍ଦୋଷ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ସମାଜସେବୀ ହିମାଂଶୁ ଭୂଷଣ କର, ଶିବରାଜ ଠାକୁର ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ବିଜୟୀ ଦଳକୁ ଏବଂ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଗତକାଲିର ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିଧାୟକ ଡ. ଫକୀର ମୋହନ ନାଏକଙ୍କୁ , ଶ୍ରେଷ୍ଠ ଫରୱାର୍ଡ ଭାବେ ପୋଲିସ୍ ଲାଇନ୍ ଏକାଦାସର ସନାତନ ମୁଣ୍ଡା , ଶ୍ରେଷ୍ଠ ମିଡ୍‌ଫିଲ୍ଡର ଆଇନଜୀବୀ ଏକାଦଶର ଅଂଶୁମାନ ରାୟ ,ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୋଲିସ ଲାଇନ ଏକାଦଶର ସୁଶାନ୍ତ ମାଝୀ, ଶ୍ରେଷ୍ଠ ଗୋଲକିପର ଭାବେ ହିମାଂଶୁ ମହାପାତ୍ର, ଫେୟାର ପ୍ଲେ ଆୱାର୍ଡ ଭାବେ ଆଇନଜୀବି ଏକାଦଶକୁ ଟ୍ରଫି ପ୍ରଦାନ କରା ଯାଇଥିଲା।

ସେହିଭଳି ମହିଳା ପ୍ରଦର୍ଶନୀ ମ୍ୟାଚ୍ ବିଜେତା ଓଲିଉଡ ଅଭିନେତ୍ରୀ ଏକାଦଶ ଦଳର ମାମାଲି ମିଶ୍ରଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ କରାଯାଇଥିବା ବେଳେ ଉଭୟ ଦଳକୁ ଟ୍ରଫି ଓ ଖେଳାଳିଙ୍କୁ ପଦକ ପ୍ରଦାନ କରାଯାଇଥିଲା।
📲Get App