🔥 ट्रेंडिंग आज राजस्थान के दौसा जिले में सिकंदरा च... पकरीबरावां में ट्रांसफॉर्मर में लगी आग... କାର୍ତ୍ତିକ ମାସରେ ଗୁଣୁପୁର ସହର ଭକ୍ତିମୟ, ଜ... वाराणसी में गुमशुदा बच्चों की बरामदगी... 🚨 અડતાળામાં પાણીના વિવાદ બાદ પોલીસનો... कार्तिक मेले में श्रद्धालुओं से Need 2...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଶୀତ ଅଧିବେଶନ ଆରମ୍ଭ, ବାତ୍ୟା "ଅର୍ଣ୍ଣବ"ଜନିତ ମୃତାହତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ

✍️ रिपोर्टर: Deepak Mahapatra 🗓 18 नव. 2026, 02:40 PM 👁 47
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଅଷ୍ଟମ ବା ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ସ୍ୱର୍ଗୀୟ ଆତ୍ମାଙ୍କ ଶାନ୍ତି ଓ ସଦଗଦି ନିମନ୍ତେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବାତ୍ୟା "ଅର୍ଣ୍ଣବ" ଏବଂ ପର ମୁହୂର୍ତ୍ତରେ ବନ୍ୟା, ଭୂସ୍ଖଳନରେ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପ୍ରାଣ ହରାଇଥିବା ୧୦ ଜଣଙ୍କ ଆତ୍ମାର ସଦଗତି ଏବଂ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାସବିହାରୀ ବେହେରା, ପୂର୍ବତନ ବିଧାୟକ ସ୍ୱର୍ଗତ କାହ୍ନଚରଣ ନାୟକ, ପୂର୍ବତନ କନଷ୍ଟେବଳ ସ୍ୱର୍ଗତ ଅଜୟ ଓ ସ୍ୱର୍ଗତ ହିମାଂଶୁ ରାୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ବିଧାନସଭାରେ ଶୋକ ପ୍ରସ୍ତାବ ସମୟରେ ଗୃହକୁ ଅବଗତ କରିବା ସହ ସେମାନଙ୍କ ସ୍ୱର୍ଗୀୟ ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇଏମ୍ ସଦସ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହିତ ଶୋକ ବ୍ୟକ୍ତ କରିଛନ୍ତି । ଏହା ପରେ ଗୃହରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅଧିବେଶନ ଡିସେମ୍ବର ୩୧ଯାଏଁ ଚାଲିବାର ରହିଛି । ଏଥିରେ ମୋଟ ୩୩ଟି ଗୃହ କାର୍ଯ୍ୟ ରହିଛି । ଆଜି ଦ୍ୱିତୀୟ ଅଧ୍ୟାୟରେ ରାଜ୍ୟ ପାଇଁ ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।
📲Get App