🔥 TRENDING Jharkhand Government Publishes List of... Jharkhand ambulance services suspended... Virender Sehwag Supports MS Dhoni’s Re... Pakistani Man Disguises as Woman in Au... Manorama News airs Speed News at 9:30 ... Chandrapur Police Bust 54 Organized Cr...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଆଜି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ଆଜି ବି ଭାବପ୍ରବଣ ଅଛନ୍ତି ତାଙ୍କ ପ୍ରଶଂସକ

✍️ Reporter: Deepak Mahapatra 🗓 18 Nov 2026, 03:03 PM 👁 36
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗର ଯିବାର ଆଜିକୁ ବର୍ଷେ ବିତିଛି । ତାଙ୍କ ଜନ୍ମମାଟି ସହ ସାରା ଓଡ଼ିଶାରେ ଆଜି ତାଙ୍କର ଶ୍ରଦ୍ଧାଞ୍ଜଳି ଏବଂ ସ୍ମୃତିଚାରଣ କରାଯାଉଛି।ତାଙ୍କ କଣ୍ଠ ଓ ଗୀତ ପାଇଁ ପ୍ରଶଂସକମାନେ ଆଜି ବି ଭାବପ୍ରବଣ ଅଛନ୍ତି।

ଆଜି ପୁରୀ ବେଳାଭୂମିରେ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରି ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ସୁଦର୍ଶନ ସ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍। ଏଥିରେ ହ୍ୟୁମାନ ସାଗରଙ୍କ ପ୍ରତିକୃତି ସହିତ “ଅମର ସ୍ୱର ହ୍ୟୁମାନ ସାଗର – ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି” ବାର୍ତ୍ତା ସ୍ଥାନ ପାଇଛି। ପ୍ରାୟ ୧୦ ଫୁଟ ଲମ୍ବ ଓ ୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବାଲୁକାକଳା ନିର୍ମାଣରେ ପ୍ରାୟ ୪ ଟନ୍ ବାଲି ବ୍ୟବହାର କରାଯାଇଛି।

ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ହ୍ୟୁମାନ ସାଗର ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ସଙ୍ଗୀତ ଓ ସ୍ୱର ସବୁଦିନ ପାଇଁ ଅମର ହୋଇ ରହିବ।” ଏହି ବାଲୁକା ଭାସ୍କର୍ଯ୍ୟ ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀଙ୍କ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ତାଙ୍କ ସଙ୍ଗୀତକୁ ଭଲ ପାଉଥିବା ଅସଂଖ୍ୟ ପ୍ରଶଂସକଙ୍କ ଭଲପାଇବା ଓ ଭାବନାର ଏକ ସୁନ୍ଦର ପ୍ରତିଫଳନ ଅଟେ ।

ଏହି ବାଲୁକାକଳା ନିକଟରେ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ କନ୍ୟା ନ୍ୟୁ ଏଞ୍ଜେଲ ସାଗର ମଧ୍ୟ ତାଙ୍କ ପିତାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଓଡ଼ିଆ ସଙ୍ଗୀତ ଜଗତରେ ହ୍ୟୁମାନ ଛାଡ଼ିଯାଇଥିବା ଅଭୁଲା ଗୀତଗୁଡ଼ିକ ଆଜି ବି ଶ୍ରୋତାଙ୍କ ହୃଦୟରେ ଜୀବନ୍ତ ରହିଛି।
📲Get App