🔥 TRENDING बिलासपुर के शालेय क्रिकेट में उम्र और... રાજકોટમાં ખાનગી થિયેટરે દારૂ સાથે બર્થ... 3 सूत्री मांगों को लेकर पटवारी हड़ताल... गोरखपुर में बुलडोजर टक्कर से मरे 14 वर... चंद्रपूरमध्ये पोलीस अधीक्षक आयुष नोपान... Jammu & Kashmir Forecasts Lower Peak P...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ରାଜଧାନୀରେ ଚାଞ୍ଚଲ୍ୟ: ପ୍ରେମିକ ସାମ୍ନାରେ ପ୍ରେମିକାଙ୍କ ଆତ୍ମଦାହ ଉଦ୍ୟମ

✍️ Reporter: Deepak Mahapatra 🗓 18 Nov 2026, 02:24 PM 👁 50
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାତି ଅଧରେ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଜଣେ ଯୁବତୀ ନିଜ ପ୍ରେମିକ ସାମ୍ନାରେ ନିଜକୁ ଜାଳି ଦେଇଛନ୍ତି । ଇନଫୋସିଟି ଥାନା ଅଧୀନସ୍ଥ ପଥରଗାଡ଼ିଆ ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖିଛି ।

ସୂଚନା ମୁତାବକ, ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନଷ୍ଟିଚ୍ୟୁଟର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଯୁବକ ଜଣକ ଅନୁଗୋଳର ବାସିନ୍ଦା ଅଟନ୍ତି । ଯୁବକ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ମାତ୍ର କିଛି ମାସ ତଳେ ଉଭୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ପରସ୍ପରଠାରୁ ଅଲଗା ହୋଯାଇଥିଲେ । ମଙ୍ଗଳବାର ରାତିରେ ସେମାନେ ପଥରଗାଡ଼ିଆରେ ଥିବା ଏକ କାଫେରେ ଦେଖା ହୋଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯୁବତୀ ଜଣଙ୍କ କାଫେ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଏମସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବର୍ଣ୍ଣ ୟୁନିଟରେ ଚିକିତ୍ସା ଚାଲିଛି । ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ପୋଲିସ ଯୁବକଙ୍କୁ ପଚରାଉଚରା କରୁଛି । କାହିଁକି ଯୁବତୀ ଜଣକ ଏଭଳି ନିଷ୍ପତ୍ତି ନେଲେ ସେ ନେଇ ଯାଞ୍ଚ ଚାଲିଥିବା ଭୁବନେଶ୍ୱର ଡିସିପି ଶ୍ରବଣା ବିବେକ୍ ଏମ୍ କହିଛନ୍ତି ।
📲Get App