🔥 TRENDING One dead as fire engulfs Lajpat Nagar... Aishwarya Rai Stuns in Cannes 2026 Gow... Air India’s Vista Platform Wins ‘Seaml... MAMA Awards 2026: Broadcast dates and... Five Teens Charged with Murder in Aust... Activist Archivists Revive Vintage Hom...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ମହଙ୍ଗା ଭତ୍ତା ଆଉ ୩% ବୃଦ୍ଧି କଲେ ରାଜ୍ୟ ସରକାର

✍️ Reporter: Deepak Mahapatra 🗓 18 Nov 2026, 11:19 AM 👁 47
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ସରକାରୀ କର୍ମଚାରୀ ପାଇଁ ଖୁସି ଖବର। ରାଜ୍ୟର କ୍ଷମତାସୀନ ମୋହନ ସରକାର ଆଜି କର୍ମଚାରୀଙ୍କ ମହଙ୍ଗା ଭତ୍ତା ଆଉ ୩% ବୃଦ୍ଧି କରିଛନ୍ତି। ଏହାର ଅର୍ଥ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୬୦ରୁ ୬୩%କୁ ବୃଦ୍ଧି ପାଇଛି।
ଏହି ନୂଆ ମହଙ୍ଗା ଭତ୍ତା ବ୍ୟବସ୍ଥା ପିଛିଲା ଭେବେ ଚଳିତ ବର୍ଷ ଜୁଲାଇରୁ ଲାଗୁ ହେବ। କେବଳ କର୍ମଚାରୀ ନୁହନ୍ତି, ରାଜ୍ୟ ସରକାର ପେନସନଧାରୀଙ୍କ ଟିଆଇରେ ମଧ୍ୟ ବୃଦ୍ଧି କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦%ରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଯେ ଏହି ବର୍ଦ୍ଧିତ ଭତ୍ତା ୨୦୨୬ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ କର୍ମଚାରୀମାନେ ନଗଦ ଆକାରରେ ପାଇବେ।
ଏଥିସହ ପେନ୍‌ସନଧାରୀଙ୍କ ଟିଆଇରେ ମଧ୍ୟ ୩% ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହାଦ୍ୱାରା ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।
ଏହାପୂର୍ବରୁ ମେ’ ମାସରେ ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି କରିଥିଲେ। ଏହି ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ୧ରୁ ଲାଗୁ ହୋଇଥିଲା। କର୍ମଚାରୀମାନଙ୍କୁ ଏହି ବର୍ଦ୍ଧିତ ଡିଏକୁ ମେ’ ମାସର ଦରମାରେ ଦିଆଯାଇଥିଲା।
ଫଳରେ ରାଜ୍ୟ କର୍ମଚାରୀଙ୍କ ମୋଟ୍ ମହଙ୍ଗା ଭତ୍ତା(ଡିଏ) ୫୮ରୁ ୬୦ପ୍ରତିଶତକୁ ବୃଦ୍ଧି ପାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ପେନସନଭୋଗୀମାନଙ୍କୁ ମଧ୍ୟ ଟିଆଇରେ ଦୁଇ ପ୍ରତିଶତ ବୃଦ୍ଧି କରରାଯାଇଥିଲା। ସେମାନେ ମଧ୍ୟ ବର୍ଦ୍ଧିତ ପେନସନକୁ ମେ’ ମାସର ପେନସନରେ ନଗଦ ଆକାରରେ ପାଇଥିଲେ। ସେହି ସମୟରେ ୮ ଲକ୍ଷ କର୍ମଚାରୀ ଓ ପେନସନଧାରୀ ଲାଭବାନ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା।
📲Get App