🔥 ट्रेंडिंग উৎসবের আনন্দের মাঝেই শোকের ছায়া! বেলড... एक सर्वेक्षण चल रहा है ग्रामीण की जमीन पर अवैध अतिक्रमण हरियाणा सरकार ने 32 IFS अधिकारियों का... उत्तर भारत में सर्दियों का वायु प्रदूष... सीजीबीएसई ने 2027 के 10वीं और 12वीं बो...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଦିଗ ବଦଳାଉଛି ବାତ୍ୟା, ଓଡ଼ିଶା ଦେଇ ଅତିକ୍ରମ କରିବା ସମ୍ଭାବନା

✍️ रिपोर्टर: Deepak Mahapatra 🗓 18 नव. 2026, 02:41 PM 👁 53
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଭଳି ଅକ୍ୱାନ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପଡ଼ିବାରେ ବେଶ ସମ୍ଭାବନା ସୃଷ୍ଟି ହୋଇଛି । ଅତି ମନ୍ଥର ଗତିରେ ଆସୁଥିବା ଅକ୍ୱାନ ନିଜର ଗତି ପଥ ବଦଳାଇଛି । ଭାରତୀୟ ପାଣିପାଗ ବିଭାଗ ଶେଷ ସୂଚନା ଅନୁସାରେ ଅକ୍ୱାନର ବାହ୍ୟା ବଳୟ ଦକ୍ଷିଣ ଓଡ଼ିଶାକୁ ସ୍ପର୍ଶ କରିପାରେ ବୋଲି ବେଶ ସମ୍ଭାବନା ରହିଛି ।

ଆଇଏମଡି ସୂଚନା ଅନୁସାରେ, ଗତ ୬ ଘଣ୍ଟାରେ ଅକ୍ୱାନ ଘଣ୍ଟାପ୍ରତି ଗତି ମାତ୍ର ୩ କିମି ବେଗରେ ଆଗକୁ ବଢ଼ୁଛି । ବାତ୍ୟାର କେନ୍ଦ୍ର ସ୍ଥଳ ବିଶାଖାପାଟଣାଠୁ ୬୨୦ କିମି ଓ ଗୋପାଳପୁରଠୁ ୭୫୦ କିମି ଦୂରରେ ରହିଛି । ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପୂର୍ବରୁ ବାତ୍ୟାର ଅବପାତ ରୂପ ଓଡ଼ିଶା ଦେଇ ଅତିକ୍ରମ କରିବାର ଅନୁମାନ କରାଯାଉଥିଲା । ମାତ୍ର ସଦ୍ୟତମ ଟ୍ରାକ ଅନୁସାରେ ବାତ୍ୟା ଆନ୍ଧ୍ର ପ୍ରଦେଶରେ ସ୍ଥଳ ଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲା ଦେଇ ଆଗକୁ ବଢ଼ିବ । ଅବପାତ ନୁହେଁ ବରଂ ବାତ୍ୟା ଓଡ଼ିଶା ଦେଇ ଅତିକ୍ରମ କରିବ । ବାତ୍ୟା ବଳୟ ମଧ୍ୟରେ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ରହିଛି ।

ଏହାରେ ପ୍ରଭାବରେ ୨୨ ତାରିଖ ଯାଏଁ ଓଡ଼ିଶାରେ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ରୁ ୨୨ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ଏବଂ ୨୦ ତାରିଖ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଯଥା- କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ ଓ ୨୧ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ଏବଂ ୨୧ ଓ ୨୨ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼କୁ, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
📲Get App