🔥 TRENDING રાજકોટમાં ખાનગી થિયેટરે દારૂ સાથે બર્થ... 3 सूत्री मांगों को लेकर पटवारी हड़ताल... गोरखपुर में बुलडोजर टक्कर से मरे 14 वर... चंद्रपूरमध्ये पोलीस अधीक्षक आयुष नोपान... Jammu & Kashmir Forecasts Lower Peak P... J&K High Court Transfers 84 Judicial O...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ଆଜି ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ

✍️ Reporter: Deepak Mahapatra 🗓 18 Nov 2026, 02:45 PM 👁 42
Share: 💬 WhatsApp 📘 Facebook 𝕏 Post
ପୁରୀ: ଆଜି ହେଉଛି ପବିତ୍ର ଅଁଳା ନବମୀ । ଏହି ଅବସରରେର ପୁରୀ ସାକ୍ଷୀଗୋପାଳରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧାରାଣୀ । ବର୍ଷକରେ ଥରେ ମା' ରାଧାରାଣୀ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା । ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ କମ୍ପି ଉଠୁଛି ପରିବେଶ । ସାକ୍ଷୀଗୋପାଳରେ ରାତି ୧ଟାରୁ ଆରମ୍ଭ ହୋଇଛି ମା' ରାଧାପାଦ ଦର୍ଶନ । ଚନ୍ଦନ ପୁଷ୍କରିଣୀଠାରୁ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି ।

ବର୍ଷ ତମାମ ରାଧାରାଣୀଙ୍କ ପାଦକୁ ଘୋଡ଼ାଇ ରଖାଯାଏ । ଅଁଳା ନବମୀ ଦିନ ମାଆଙ୍କ ପାଦକୁ ଖୋଲା ଯାଇଥାଏ । କେବଳ ଏହି ଗୋଟିଏ ଦିନ ମାଆଙ୍କ ପାଦ ଦର୍ଶନ ମିଳିଥାଏ । ସେବାୟତ ପରମ୍ପରା ଅନୁଯାୟୀ, ସେବାୟତ ପରିବାରର ଜଣେ ଝିଅ ଆଜି ମା' ରାଧାଙ୍କ ରୂପ ଧାରଣ କରିଛନ୍ତି ।

ସେପଟେ ଭକ୍ତ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜେ ମନ୍ଦିର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।
📲Get App