🔥 TRENDING आंध्र प्रदेश ने तूफ़ान से पहले चेतावनी... झूले में लापरवाही से बचने के लिए सावधा... હિંમતનગર, બળેલી મિલ રોડ પર ઘરફોડ ચોરી,... ପୁରୀ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ... ସିକ୍ଲୋନ୍‌ ଅକ୍ୱାନ୍‌ ପାଇଁ ଓଡିଶା ମୁଖ୍ୟମନ୍... Karnataka Holds 51% Share of India's G...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ଚଳିତ ବର୍ଷ ୪ ଦିନ ପାଳନ ହେବ ପଞ୍ଚୁକ , ଗୋଟିଏ ଦିନରେ ପଡୁଛି ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ

✍️ Reporter: Deepak Mahapatra 🗓 17 Nov 2026, 12:54 PM 👁 48
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୧ ତାରିଖରୁ ପଞ୍ଚୁକ ବ୍ରତ ଆରମ୍ଭ ହେବ। ଏଥର ମଧ୍ଯ ୪ ଦିନ ପାଳନ ହେବ ପଞ୍ଚୁକ। ଗୋଟିଏ ଦିନ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ତିଥି ପଡୁଥିବାରୁ ଶ୍ରଦ୍ଧାଳୁ ଦ୍ବନ୍ଦ୍ବରେ ପଡିଛନ୍ତି। ଅର୍ଥାତ୍ ୨୧ ତାରିଖ ସକାଳ ୬:୩୨ ମିନିଟ୍ ଯାଏଁ ଏକାଦଶୀ ତିଥି ରହୁଥିବାବେଳେ ଦ୍ବାଦଶୀ ତିଥି ଆରମ୍ଭ ହେଉଛି।ସେହିଦିନ ଭୋର ୪ଟା ୫୭ ମିନିଟରେ ଆରମ୍ଭ ହେଉଛି ତ୍ରୟୋଦଶୀ ତିଥି। ସୂର୍ଯ୍ୟୋଦୟ ପୂର୍ବରୁ ତ୍ରୟୋଦଶୀ ଆରମ୍ଭ ହେଉଛି ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। କିନ୍ତୁ ୨୨ ତାରିଖ ଦିନ ତ୍ରୟୋଦଶୀ ତିଥି ପାଳନ ହେବ। ୨୩ ତାରିଖ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ରହୁଛି କିନ୍ତୁ ୨୪ ରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେବ। କାରଣ ନଭେମ୍ବର ୨୪ ତାରିଖ ସୂର୍ଯ୍ୟୋଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଛି, ତେଣୁ ଓଡ଼ିଶା ସମେତ ସାରା ଦେଶରେ ନଭେମ୍ବର ୨୪ ମଙ୍ଗଳବାର ଦିନ ହିଁ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହେବ। ୨୪ ତାରିଖ ସକାଳେ ବୋଇତ ବନ୍ଦାଣ ପାଳନ କରାଯିବ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି ।

ତିଥି କ୍ଷୟ ଯୋଗୁଁ ଚଳିତଥର ଭକ୍ତମାନେ ୪ ଦିନ ଧରି ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବାର ସୁଯୋଗ ପାଇବେ।

ଓଡ଼ିଶାରେ କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚକ ବା ପଞ୍ଚୁକ ପାଳନ କରାଯାଏ । ତେବେ ଯେଉଁମାନେ ପୁରା ମାସ ହବିଷ କରି ପାରନ୍ତି ନାହିଁ ସେମାନେ ଏହି ୫ ଦିନ ହବିଷ ପାଳନ କରନ୍ତି । ସେହିପରି କିଛି ଲୋକ ଅଁଳା ନବମୀଠାରୁ ମଧ୍ୟ ସାତଦିନ ହବିଷ କରନ୍ତି । ଏହି ପାଞ୍ଚଦିନ ଆମିଷ ଖାଦ୍ୟ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର ଖାଇଥାନ୍ତି ।
📲Get App