🔥 TRENDING Nagaland Unveils New Agarwood Policy t... Two killed, six injured as Fortuner pl... Delhi records season's coldest morning... Health worker’s car seized with foreig... Four dead, three injured in head‑on ca... Lawyers Block Katni Municipal Main Gat...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବାତ୍ୟା ଅର୍ଣ୍ଣବରେ ହୋଇଯାଇଥିଲେ ନିଖୋଜ, ୧୫ ଦିନ ପରେ ଜଙ୍ଗଲରୁ ଶିକ୍ଷକ ଉଦ୍ଧାର

✍️ Reporter: Deepak Mahapatra 🗓 17 Nov 2026, 12:25 PM 👁 49
Share: 💬 WhatsApp 📘 Facebook 𝕏 Post
ବ୍ରହ୍ମପୁର: ବାତ୍ୟା ଅର୍ଣ୍ଣବ ସମୟରେ ନିଖୋଜ ହୋଇଯାଇଥିବା ଶିକ୍ଷକ ୧୫ ଦିନ ପରେ ଉଦ୍ଧାର । ରାଇକିଆ ପୋଲିସ ରତଙ୍ଗୀ ଜଙ୍ଗଲରୁ ଶିକ୍ଷକ ମୋହନ ମହାରଣା (୪୭)ଙ୍କୁ ଉଦ୍ଧାର କରିଛି । ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଏକ ପୋଲିସ ଟିମ୍‌ ଗଠନ କରି ୮ କିଲୋମିଟର ପାଦଚଲା ଅଭିଯାନ ପରେ ନିଖୋଜ ଶିକ୍ଷକଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ରାଇକିଆ ଥାନା ଅନ୍ତର୍ଗତ ବlସନ୍ତପଲ୍ଲୀ ଗ୍ରାମର ସ୍ୱର୍ଗତ ଈଶ୍ୱର ମହାରଣାଙ୍କ ପୁତ୍ର ମୋହନ କୁମାର ମହାରଣା ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ଦୁବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ବାତ୍ୟା ପରେ ୩୦ ତାରିଖଠାରୁ ସେ ନିଖୋଜ ହୋଇଯାଇଥିଲେ। କୌଣସି ସନ୍ଧାନ ମଧ୍ୟ ମିଳିନଥିଲା । ଶିକ୍ଷକ ମୋହନ ଯେଉଁ ଭଡ଼ା ଘରେ ରହୁଥିଲେ ଘର ମାଲିକ ଶିକ୍ଷକଙ୍କୁ ବହୁଦିନ ନିଜ ଘରେ ନ ପାଇ ମୋହନଙ୍କ ପରିବାରକୁ ଜଣାଇଥିଲେ । ପରିବାରବର୍ଗ ଚିନ୍ତିତ ହୋଇ ରାଇକିଆ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ । ରାଇକିଆ ଥାନା ପକ୍ଷରୁ ମାମଲା ନଂ ୧୬/୨୬ ରୁଜୁ ହୋଇଥିଲା ।

ଗତ ଶନିବାର ମୋହନ ମହାରଣା ରତଙ୍ଗୀ ଅଞ୍ଚଳରେ ଥିବା ଖବର ପାଇବା ପରେ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେଏ ଏସ ଆଇ ସୀତାପ୍ରସାଦ ବିଶୋଇ ଏବଂ ପୋଲିସ ଟିମ୍ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଦୁର୍ଗମ ରତଙ୍ଗୀ ଜଙ୍ଗଲ ମଧ୍ୟରେ ପ୍ରାୟ ୮ କିଲୋମିଟର ରାସ୍ତା ପାଦରେ ଚାଲି ପୋଲିସ କର୍ମଚାରୀମାନେ ତାଙ୍କ ନିକଟରେ ପହଞ୍ଚିଥିଲେ । ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାକୁ ଆଣିଥିଲେ ।ପରେ ଉଦ୍ଧାର ହୋଇଥିବା ଶିକ୍ଷକ ମୋହନ କୁମାର ମହାରଣାଙ୍କୁ ତାଙ୍କ ପତ୍ନୀ ଓ ଭାଇଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପ୍ରଥମେ ରାଇକିଆ ମେଡିକାଲ ଏବଂ ପରେ ଫୁଲବାଣୀ ଜିଲ୍ଲା ମେଡିକାଲ ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଅପର ପକ୍ଷରେ ଉଦ୍ଧାର ଶିକ୍ଷକ ମୋହନ ମହାରଣା କହିଛନ୍ତି ଯେ ବାତ୍ୟା ଅର୍ଣ୍ଣବ ରାତିରେ ଛାଡ଼ିବା ପରେ ସେ ବିଦ୍ୟାଳୟର ସ୍ଥିତି ପରଖିବାକୁ ବିଦ୍ୟାଳୟକୁ ଯାଇଥିଲେ । କିନ୍ତୁ ଅନ୍ଧାର ଏବଂ ନେଟୱର୍କ ସମସ୍ୟା କାରଣରୁ ରାସ୍ତା ନ ପାଇ ଅନ୍ୟ କେଉଁଆଡ଼େ ଚାଲି ଯାଇଥିଲେ । ବାଟରେ ଏକ ଶୁଖିଲା ନାଳରେ ପଡ଼ିଯାଇଥିଲେ ଏବଂ ଝରଣା ପାଣି ପିଇ ୧୫ ଦିନ ଜଙ୍ଗଲରେ କାଟିବା ପରେ କିଛି ଗାଈ ଚରାଳି ଦେଖି ଆଉ କିଛି ଲୋକଙ୍କୁ ଡାକି ଉଦ୍ଧାର କରିଥିବା କହିଛନ୍ତି । ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ ନିଜ ସ୍ୱାମୀକୁ ପାଇ ଏବେ ଖୁସିରେ ଥିବା ମଧ୍ୟ କହିଛନ୍ତି ।
📲Get App