🔥 ट्रेंडिंग कार्तिक मेले में श्रद्धालुओं से Need 2... ड्रिश्टि IAS ने 19 नवम्बर 2026 के लिए... बिहार में दवा दुकानों पर औषधि नियंत्रण... सिद्दू मूसेवाला के पिता बलकौर सिंह ने... रिम्स जमीन घोटाले में ACB की बड़ी कार्... कांग्रेस ने संविधान संरक्षण मार्च को भ...
19 नव. 2026•
ગુજરાતી मराठी ਪੰਜਾਬੀ বাংলা

ସିରିପେଟା ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶରେ ଗୋପାଷ୍ଟମୀ ଉତ୍ସବ ପାଳିତ

✍️ रिपोर्टर: Sukumar Mandal 🗓 17 नव. 2026, 11:46 PM 👁 47
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୭ ନଭେମ୍ବର : କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୋପାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ମହନ୍ତ ବ୍ରଜବନ୍ଧୁ ଦାସ ମହାରାଜଙ୍କ ପୌରୋହିତ୍ୟରେ ବିଧିବିଧାନ ଅନୁଯାୟୀ ଗୋପୂଜନ ଓ ଧାର୍ମିକ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଉତ୍ସବରେ ସିରିପେଟା ମନ୍ଦିରର ମୁଖ୍ୟ ପୂଜକ ବ୍ରହ୍ମାନନ୍ଦ ଦାସ, ସହାୟକ ପୂଜକ ହରି ମାଢ଼ୀ, ସମାଜସେବୀ ପଦ୍ମଚରଣ ପଣ୍ଡା, ଭଗବାନ ସାହୁ, ହୃଷୀକେଶ ସେଠୀ ଏବଂ ମୁଖ୍ୟକର୍ତ୍ତା ଭାବେ ଗଣେଶ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋମାତାଙ୍କୁ ଜଳସ୍ନାନ କରାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଗୋମାତାଙ୍କୁ ଘାସ, କୁଣ୍ଡା ଓ ଗୁଡ଼ ଖାଇବାକୁ ଦିଆଯାଇଥିଲା। ଶେଷରେ ପଞ୍ଚାମୃତ ପାନ ସହ ଗୋପାଷ୍ଟମୀ ଉତ୍ସବର ପରିସମାପ୍ତି ହୋଇଥିଲା।

ଏହି ଧାର୍ମିକ ଉତ୍ସବରେ ବାପନପାଲ୍ଲୀ, ଗଙ୍ଗଲା, ସରଗୀଗୁଡ଼ା ଓ ସିରିପେଟା ଗ୍ରାମର ୭୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଭକ୍ତ ଯୋଗଦେଇ ଗୋମାତାଙ୍କ ପୂଜାର୍ଚ୍ଚନା କରିବା ସହ ମହନ୍ତ ଓ ଆଚାର୍ଯ୍ୟମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାଦ୍ୱାରା ସମଗ୍ର ମନ୍ଦିର ପରିସରରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
📲Get App