🔥 TRENDING वाराणसी में गुमशुदा बच्चों की बरामदगी... 🚨 અડતાળામાં પાણીના વિવાદ બાદ પોલીસનો... कार्तिक मेले में श्रद्धालुओं से Need 2... Drishti IAS Releases Daily Madhya Prad... बिहार में दवा दुकानों पर औषधि नियंत्रण... Sidhu Moosewala’s Father Balkaur Singh...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ବିଜେଡି ଜିଲ୍ଲା ସମ୍ପାଦକ ଭାବେ ଚିରଞ୍ଜିତ ବାଲା ନିଯୁକ୍ତ, ଏମ୍‌ଭି-୭୯ ୟୁଥ୍ କ୍ଲବ୍ ପକ୍ଷରୁ ଶୁଭେଚ୍ଛା

✍️ Reporter: Sukumar Mandal 🗓 17 Nov 2026, 09:59 PM 👁 35
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି (୧୭/୧୧/୨୬): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚିରଞ୍ଜିତ ବାଲା (ଭିକି ଭାଇ)ଙ୍କୁ ମାଲକାନଗିରି ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କର ଏହି ନୂତନ ନିଯୁକ୍ତିକୁ ନେଇ ଏମ୍‌ଭି-୭୯ ଅଞ୍ଚଳର ଯୁବକମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

ଚିରଞ୍ଜିତ ବାଲା ଅଞ୍ଚଳର ଯୁବକମାନଙ୍କ ସୁଖଦୁଃଖରେ ସର୍ବଦା ସାମିଲ ହେବା ସହ ବିଭିନ୍ନ ସମୟରେ ସେମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢ଼ାଇ ଆସିଛନ୍ତି। ଏଥିପାଇଁ ସେ ଜଣେ ଯୁବବନ୍ଧୁ ଭାବେ ଅଞ୍ଚଳରେ ପରିଚିତ। ଯୁବକମାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଏବଂ ସାମାଜିକ କାର୍ଯ୍ୟରେ ସହଯୋଗ ମନୋଭାବ ତାଙ୍କୁ ଏକ ପରିଚିତ ଚେହେରା କରିପାରିଛି।

ତାଙ୍କର ନିଷ୍ଠା, ପରିଶ୍ରମ ଓ ଜନସାଧାରଣଙ୍କ ସହ ରହି କାର୍ଯ୍ୟ କରିବାର ମନୋଭାବ ଆଗାମୀ ଦିନରେ ଦଳୀୟ ସଂଗଠନକୁ ଜିଲ୍ଲାରେ ସୁଦୃଢ଼ କରିବା ସହ ଲୋକଙ୍କ ସମସ୍ୟା ଓ ଆଶାଆକାଂକ୍ଷାକୁ ଦଳୀୟ ସ୍ତରରେ ଉପସ୍ଥାପନ କରିବାରେ ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ଏମ୍‌ଭି-୭୯ ୟୁଥ୍ କ୍ଲବ୍ ପକ୍ଷରୁ ଚିରଞ୍ଜିତ ବାଲା (ଭିକି ଭାଇ)ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ଏଥିସହ ତାଙ୍କର ନୂତନ ଦାୟିତ୍ୱ ସଫଳତାର ସହ ତୁଲାଇବା ପାଇଁ କ୍ଲବ୍‌ର ସଦସ୍ୟମାନେ ଶୁଭକାମନା ଜଣାଇଛନ୍ତି।
📲Get App