🔥 TRENDING Security Forces Uncover Maoist Arms Ca... Chhattisgarh Declared Naxal-Free, Open... Chhattisgarh Admin Promotes Senior IAS... SGPC President Election: Sukhbir Badal... BJP's Yatra Strategy Faces Scrutiny Ov... Bridge Collapses in Punjab Two Years A...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଆଜି ଭୀଷଣ ବାତ୍ୟା, ୧୯ରେ ଅତି ଭୀଷଣ, ୨୦ରେ ଲ୍ୟାଣ୍ଡଫଲ୍

✍️ Reporter: Deepak Mahapatra 🗓 17 Nov 2026, 01:45 PM 👁 104
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ବାତ୍ୟା। ଏହା ଏବେ ଦକ୍ଷିଣ ଓ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗତ ୯ ଘଣ୍ଟା ହେଲାଣି ବାତ୍ୟା ପ୍ରାୟ ସେଠାରେ ସ୍ଥିର ରହିଛି। ଏହା ଚେନ୍ନାଇ ଠାରୁ ୬୭୦ କିମି ଓ ବିଶାଖାପଟନମ ଠାରୁ ୬୧୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ଅବସ୍ଥିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଆହୁରି ଘନୀଭୂତ ହୋଇ ୧୯ ତାରିଖ ସକାଳ ବେଳକୁ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ୨୦ ତାରିଖ ମଧ୍ୟାହ୍ନରେ ଏହା ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୩୦ କିମି ରହିପାରେ। ସେହିପରି ଝଟକା ପବନର ବେଗ ବେଳେ ବେଳେ ଘଣ୍ଟା ପ୍ରତି ୧୪୫ କିମି ରହିପାରେ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଭଳି ୮ଟି ଜିଲ୍ଲାରେ ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଛୁଟି ବାତିଲ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ।
ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବଦିନ ଅର୍ଥାତ୍ ୧୮ ତାରିଖରୁ ବର୍ଷା ବଢ଼ିବା ସହ ୧୯ ଓ ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବିଶେଷକରି ଗଞ୍ଜାମ, ପୁରୀ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ, ଆଜି ସୁଦ୍ଧା ସମସ୍ତ ଜିଲ୍ଲାକୁ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ଔଷଧ ପଠାଇ ଦିଆଯିବ। ଭାରତୀୟ ନୌସେନାକୁ ଷ୍ଟାଣ୍ଡବାଏରେ ରଖାଯାଇଥିବାବେଳେ ମୁଖ୍ୟ ସଚିବ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ଓ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ସମେତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
📲Get App