🔥 TRENDING Haryana shifts 32 IFS officers, reshuf... North India Winter Air Pollution Tied... CGBSE Releases 2027 Exam Timetable for... Chhattisgarh to Launch Digital Librari... Chhattisgarh Approves ₹733 Cr for 6,69... AAP questions former MLA's farmer reco...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ନୀଳଗିରିରେ ଅଭାବନୀୟ କାଣ୍ଡ: ଦୋକାନରୁ ଚୋରି ସନ୍ଦେହରେ ନାବାଳକଙ୍କୁ ପିଟିପିଟି ହତ୍ୟା; ନ୍ୟାୟ ଦାବିରେ ଶବ ଛାଡ଼ୁନାହାନ୍ତି ଗ୍ରାମବାସୀ

✍️ Reporter: Deepak Mahapatra 🗓 16 Nov 2026, 11:45 AM 👁 45
Share: 💬 WhatsApp 📘 Facebook 𝕏 Post
ବାଲେଶ୍ୱର: ଦୋକାନରୁ ଚୋରି ସନ୍ଦେହରେ ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅଧୀନ ତେନ୍ତୁଳିଆ ବଜାରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଆଣି ପ୍ରତ୍ୟକ୍ଷ ପ୍ରମାଣ ଦେଖାଇବା ଦାବିରେ ଗ୍ରାମବାସୀ ଶବ ଛାଡ଼ୁନାହାନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କ'ଣ ରହିଛି ଘଟଣା?
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନୀଳଗିରି ବ୍ଲକ୍ ତଥା ବରହମପୁର ଥାନା ଅଧୀନ ତେନ୍ତୁଳିଆ ପଞ୍ଚାୟତ ନୂଆସାହି ଗ୍ରାମର ରାଧାମୋହନ ବାଗସିଂଙ୍କ ପୁଅ ଦୀନେଶ (୧୪) ତେନ୍ତୁଳିଆ ବଜାରର ମାନସ ବେହେରାଙ୍କ ଦୋକାନକୁ ମୁଢ଼ି କିଣିବାକୁ ଯାଇଥିଲେ। ସେ ଘରେ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ କୌଣସି ସନ୍ଧାନ ନ ପାଇବାରୁ ବରହମପୁର ଥାନାରେ ଅଭିଯୋଗ କରିଥିଲେ।

ଆଜି ସକାଳେ ପ୍ରାୟ ସାଢ଼େ ସାତଟା ସମୟରେ ତେନ୍ତୁଳିଆ ବଜାର ମାର୍କେଟ୍ କମ୍ପ୍ଲେକ୍ସ ପଛରେ ଥିବା ଏକ ନିର୍ମାଣାଧୀନ ଘର ଭିତରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା କ୍ଷଣି ମୃତକଙ୍କ ପରିବାର ଓ ଶହଶହ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଚୋରି ଅଭିଯୋଗ ଆଣି ଦୋକାନୀ ସନ୍ତୋଷ ବେହେରା ଓ ତାଙ୍କ ପୁଅ ମାନସ ନାବାଳକଙ୍କୁ ନିର୍ମମ ଭାବେ ପିଟିମାରି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ପୋଲିସ ଆଗରେ ଅସହାୟ ସ୍ଥିତି
ଧାରଣା ଜାରି ଖବର ପାଇ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନସ ବେହେରାଙ୍କୁ ଥାନାକୁ ନେଇଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତ ବାପପୁଅଙ୍କୁ ଘଟଣାସ୍ଥଳକୁ ଆଣି ହତ୍ୟାକାଣ୍ଡର ଡେମୋ (Demo) ଦେଖାଇବା ପାଇଁ ଜିଦ୍ରେ ଅଟଳ ରହିଥିଲେ। ଉତ୍ତ୍ୟକ୍ତ ଲୋକେ ମାନସଙ୍କ ଦୋକାନକୁ ଭଙ୍ଗି ସମସ୍ତ ସାମଗ୍ରୀ ଲୁଟି ନେଇଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ବରହମପୁର ଆଇଆଇସି ଜନ୍ ପଟ୍ଟନାୟକ, ରେମୁଣା ଆଇଆଇସି ବିମଳ ନାୟକ ଏବଂ ମାଜିଷ୍ଟ୍ରେଟ୍ ଭାବେ ନୀଳଗିରି ତହସିଲଦାର ଶୁଭଶ୍ରୀ ଜେନା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ମାତ୍ର ଦୀର୍ଘ ସମୟ ଧରି ବୁଝାସୁଝା ଚାଲିଥିଲେ ମଧ୍ୟ ରାତିସୁଦ୍ଧା ଉତ୍ତ୍ୟକ୍ତ ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ିବାକୁ ରାଜି ହୋଇନାହାନ୍ତି। ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଜିଦ୍ ଜାରି ରହିଥିବାବେଳେ ପୋଲିସ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।
📲Get App