🔥 TRENDING Azam Khan: Today's Congress Leadership... Uttar Pradesh plants over 40 crore tre... Azam Khan mocks Asaduddin Owaisi with... Mizoram’s environmental watchdog urges... Mizoram and Assam Agree to Maintain St... Gorakhpur
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ଚିତ୍ରକୋଣ୍ଡା (ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ) ଠାରେ ଉଦ୍‌ଯାପିତ ହେଲା ‘ଜନଜାତି ଗୌରବ ଦିବସ ।

✍️ Reporter: DHARMENDRA ROUT 🗓 15 Nov 2026, 08:51 PM 👁 59
Share: 💬 WhatsApp 📘 Facebook 𝕏 Post
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ‘ଜନଜାତି ଗୌରବ ଦିବସ’ ବେଶ୍ ଉତ୍ସାହ ଏବଂ ଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
‎​କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ତାଙ୍କ ବୀରତ୍ୱ, ଦେଶପ୍ରେମ ଏବଂ ଜନଜାତି ସମାଜ ପାଇଁ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା।। ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତି ସଭାପତି ଶ୍ରୀ ନନ୍ଦ ଖେମୁଡୁ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅମୁଲ୍ୟ ସାହୁ ରହିଥିବା ବେଳେ ସଭାପତିତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ଲାଉଡ଼ିଆ ରହିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇ ଜନଜାତି ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ।
‎​ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲେଖା, ବକ୍ତୃତା ଏବଂ ଦେଶାତ୍ମକବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀମାନେ ନିଜସ୍ୱ ପାରମ୍ପରିକ ନୃତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷଣୀୟ କରି୍ ତୋଳିଥିଲେ। ଏହି ଉତ୍ସବରେ ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।
📲Get App