🔥 ट्रेंडिंग नितेश तिवारी की 'रामायण' ने 15 दिनों म... हरियाणा ने चौथे विस्तार के बाद अंतिम S... एसएआई से फरार हुए हरियाणा एथलीट का पता... सीबीआई ने हरियाणा जीएसटी अधिकारी को 10... प्रो हॉकी लीग 2026 आज शुरू, 10 टीमों क... पंजाब नेशनल बैंक के शेयरों ने नई 52‑सप...
20 नव. 2026•
ગુજરાતી मराठी ਪੰਜਾਬੀ বাংলা

ସରକାରୀ ପଲିଟେକ୍ନିକ୍‌ର ୧୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ, କୃତୀ ଖେଳାଳିଙ୍କୁ ପୁରସ୍କୃତ

✍️ रिपोर्टर: Sukumar Mandal 🗓 15 नव. 2026, 09:54 PM 👁 51
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୫ ନଭେମ୍ବର: ମାଲକାନଗିରି ସ୍ଥିତ ସରକାରୀ ପଲିଟେକ୍ନିକ୍‌ ପରିସରରେ ଆୟୋଜିତ ୧୧ତମ ବାର୍ଷିକ ଆଥଲେଟିକ୍ ମିଟ୍‌ (କ୍ରୀଡ଼ା ଉତ୍ସବ) ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଇଂ. ଶର୍ମିଳା ଶବର ସଭାପତିତ୍ୱ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଦ୍‌ଯାପନୀ ସମାରୋହରେ ସେ କୃତୀ ଖେଳାଳିମାନଙ୍କୁ ମେଡାଲ ଓ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଡଃ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭା ବିକଶିତ କରିବାକୁ ଆହ୍ୱାନ ଦେଇଥିଲେ। କ୍ରୀଡ଼ା ଦ୍ୱାରା ଶୃଙ୍ଖଳା, ଦଳଗତ ମନୋଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଜୀବନରେ ସଫଳତା ହାସଲ କରିବାର ପ୍ରେରଣା ମିଳିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗଣିତ ଓ ବିଜ୍ଞାନ ବିଭାଗୀୟ ମୁଖ୍ୟ ଆବ୍ରାହମ ଶବର, ମେକାନିକାଲ ବିଭାଗୀୟ ମୁଖ୍ୟ ବୀରେନ୍ଦ୍ର କିସାନ, ସିଭିଲ ବିଭାଗୀୟ ମୁଖ୍ୟ ଆଶିଷ ନାୟକ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ବିଭାଗୀୟ ମୁଖ୍ୟ ଦୀପିକା ସରକାର ଏବଂ ଇଲେକ୍ଟ୍ରିକାଲ ଲ୍ୟାବ୍ ଆସିଷ୍ଟାଣ୍ଟ ଲକ୍ଷ୍ମଣ ମାଝୀଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଅନୁଷ୍ଠାନର କ୍ରୀଡ଼ା ଭାରପ୍ରାପ୍ତ ଅଧିକାରୀ ସିଦ୍ଧାର୍ଥ କାମିଲାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ବିଭାସ ମଣ୍ଡଳ ଓ ସୀମାଞ୍ଚଳ ନାୟକ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ କଲେଜର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ବିଜେତା ଖେଳାଳିମାନଙ୍କୁ ମେଡାଲ ଓ ପୁରସ୍କାର ପ୍ରଦାନ ସହ କ୍ରୀଡ଼ା ଉତ୍ସବର ପରିସମାପ୍ତି ଘଟିଥିଲା।
📲Get App