🔥 ट्रेंडिंग Atul Kumar राजस्थान यूनाइटेड ने IFL 2026/27 में ल... हिसार-जोधपुर एक्सप्रेस ने 2 और 9 दिसंब... राजस्थान की भारत‑पाकिस्तान सीमा के पास... କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... राजस्थान पावर कॉर्प ने 869 जेई पदों के...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଓଡ଼ିଶାକୁ ଛୁଇଁଲା ଶୀତ; ୧୨.୨ ଡିଗ୍ରୀକୁ ଖସିଲା ପାରଦ, ସବୁଠୁ ଥଣ୍ଡା ସେମିଳିଗୁଡ଼ା

✍️ रिपोर्टर: Deepak Mahapatra 🗓 14 नव. 2026, 02:50 PM 👁 73
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶାକୁ ଛୁଇଁବାରେ ଲାଗିଲା ଶୀତ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖସିବାରେ ଲାଗିଛି ପାରଦ। ବିଶେଷ କରି ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ଅନୁଭୂତ ହେଉଛି ଶୀତର ପ୍ରକୋପ। ଶନିବାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ସବୁଠୁ ଥଣ୍ଡା ସହର ରହିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ଚିପିଲିମାରେ ୧୪.୪ ଡିଗ୍ରୀ ଏବଂ କୋରାପୁଟରେ ୧୪.୮ ଡିଗ୍ରୀ ରହିଛି।

ଅନ୍ୟପଟେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ସେମିଳିଗୁଡ଼ା ସବୁଠୁ ଥଣ୍ଡା ରହିଥିବା ବେଳେ ଜି. ଉଦୟଗିରିରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ଶୁଖିଲା ପାଗ ରହିଥିଲା।

କେବଳ ଶୀତ ନୁହେଁ, କିଛି ସ୍ଥାନରେ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟ ଓ ରାଉରକେଲାରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଝାରସୁଗୁଡ଼ା ଓ ଫୁଲବାଣୀରେ ହାଲୁକା କୁହୁଡ଼ି ଦେଖାଦେଇଥିଲା।

ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୧.୭ ଡିଗ୍ରୀ ଓ ସର୍ବନିମ୍ନ ୧୯.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୩୦.୬ ଡିଗ୍ରୀ ଓ ୧୯.୪ ଡିଗ୍ରୀ ରେକର୍ଡ ହୋଇଛି। ଉଭୟ ସହରରେ ବର୍ଷା ହୋଇନାହିଁ। ଧୀରେ ଧୀରେ ଶୀତ ବଢ଼ୁଥିବାରୁ ଆଗାମୀ ଦିନରେ ରାଜ୍ୟରେ ଥଣ୍ଡାର ପ୍ରଭାବ କେମିତି ରହୁଛି, ତାହା ଉପରେ ନଜର ରହିବ।
📲Get App