🔥 TRENDING தலைஞாயிறு வேளாண்மை உதவி இயக்குனர் அலுவ... राष्ट्रीय लोक अदालत को लेकर शेखपुरा मे... जैसलमेर में पंचायत समिति व जिला परिषद... नशे के खिलाफ एकजुट हुए एकाढ़ा के छात्र... कायाकल्प अभियान के तहत स्कूलों की व्यव... Azam Khan: Today's Congress Leadership...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ସଦେରୀ ଓ କୁଟୁଗୁଡ଼ା ଜଙ୍ଗଲରେ ପୋଲିସର ଚଢ଼ାଉ: ୧୧ ଏକର ଜମିରୁ ୧୧ ହଜାରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ

✍️ Reporter: Sukumar Mandal 🗓 14 Nov 2026, 06:39 PM 👁 69
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୪ ନଭେମ୍ବର: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ କାଲିମେଳା ପୋଲିସର ଆଉ ଏକ ବଡ଼ ପଦକ୍ଷେପ। ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଅଭିଯାନକୁ ଜୋରଦାର କରି କାଲିମେଳା ଥାନା ପୋଲିସ ପକ୍ଷରୁ ସଦେରୀ ଓ କୁଟୁଗୁଡ଼ା ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଛି।

ଏହି ଚଢ଼ାଉ ସମୟରେ ପ୍ରାୟ ୧୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ୧୧ ହଜାରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ଠାବ କରାଯାଇଥିଲା। ପରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଗଛକୁ କାଟିବା ସହ ନିଆଁ ଲଗାଇ ନଷ୍ଟ କରାଯାଇଥିଲା।

ଏହି ଘଟଣାକୁ ନେଇ କାଲିମେଳା ଥାନାରେ କେସ୍ ନଂ ୨୯୪/୨୬ ଓ ୨୯୫/୨୬ ଅନୁଯାୟୀ ଦୁଇଟି ମାମଲା ରୁଜୁ ହୋଇଛି। ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ଏ)(ଆଇ) ଅନୁସାରେ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।

ନିଶା କାରବାର ଓ ବେଆଇନ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ୟରେ କାଲିମେଳା ପୋଲିସର ଏହି ନିରନ୍ତର ଅଭିଯାନ ଅଞ୍ଚଳରେ ନିଶା ବିରୋଧୀ ଲଢ଼େଇକୁ ଆହୁରି ମଜଭୁତ କରିବା ସହ ଏକ କଡ଼ା ବାର୍ତ୍ତା ଦେଇଛି।
📲Get App