🔥 TRENDING Jharkhand Government Publishes List of... Jharkhand ambulance services suspended... Virender Sehwag Supports MS Dhoni’s Re... Pakistani Man Disguises as Woman in Au... Manorama News airs Speed News at 9:30 ... Chandrapur Police Bust 54 Organized Cr...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଶିଶୁ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା,ସୁରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତିବଦ୍ଧ

✍️ Reporter: Deepak Mahapatra 🗓 14 Nov 2026, 03:03 PM 👁 66
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଆଜି ନଭେମ୍ବର ୧୪, ଶିଶୁ ଦିବସ। ଏହି ଅବସରରେ ରାଜ୍ୟ ତଥା ଦେଶର ସମସ୍ତ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଶୁମାନେ ସମାଜର ଅମୂଲ୍ୟ ସମ୍ପଦ ଏବଂ ଦେଶର ଭବିଷ୍ୟତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ୍‌ରେ ଶୁଭେଚ୍ଛା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶିଶୁ ଦିବସ ଅବସରରେ ସମସ୍ତ ଶିଶୁଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଶିଶୁମାନେ ଆମ ସମାଜର ଅମୂଲ୍ୟ ସମ୍ପଦ ଏବଂ ଆମ ଦେଶର ଭବିଷ୍ୟତ।”

ଏଥିସହ ପ୍ରତ୍ୟେକ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗୁଣାତ୍ମକ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଶିଶୁଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ପଦକ୍ଷେପ

ଶିଶୁ ଦିବସର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବର ବିଷୟବସ୍ତୁ ରହିଛି ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’।

ଏହି ଅବସରରେ ୮୦୭ଟି ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍ ଆରମ୍ଭ କରାଯାଇଛି। ଏଥିସହ ପ୍ରାଥମିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ‘ନିପୁଣ ଆପ୍‌’ ଲୋକାର୍ପିତ ହୋଇଥିବା ବେଳେ ୭,୩୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷା ଛାତ୍ରବୃତ୍ତି ଘୋଷଣା କରାଯାଇଛି।ମହୋତ୍ସବରେ ଶିଶୁମାନଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ଉପଭୋକ୍ତା ନୁହେଁ, ବରଂ ନୂତନ ଉଦ୍ଭାବକ ହେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।
📲Get App