🔥 TRENDING Nitesh Tiwari's 'Ramayana' Hits ₹650 c... Haryana postpones final SIR roll to De... Haryana Athlete Who Ran From SAI Locat... CBI Nabs Haryana GST Officer for Rs 10... Pro Hockey League 2026 kicks off today... Punjab National Bank Shares Reach Fres...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
National

ପୁରୀ, ଭୁବେନଶ୍ୱର ଓ ଆସ୍କାକୁ ଜାତୀୟ ସ୍ୱଚ୍ଛତା ପୁରସ୍କାର, ଭାଙ୍ଗିଲା ଇନ୍ଦୋରର ରେକର୍ଡ

✍️ Reporter: Deepak Mahapatra 🗓 13 Nov 2026, 12:59 PM 👁 79
Share: 💬 WhatsApp 📘 Facebook 𝕏 Post
Odisha urban bodies win national recognition: ଓଡ଼ିଶାର ୩ ସହରକୁ ଜାତୀୟ ସ୍ୱଚ୍ଛତା ପୁରସ୍କାର। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ଓଡ଼ିଶାର ୩ ସହର ବାଜିମାତ କରିଛନ୍ତି। ଜାତୀୟ ସ୍ତରରେ ପୁରୀ, ଭୁବନେଶ୍ୱର ଓ ଆସ୍କାକୁ ସ୍ୱଚ୍ଛତା ଓ ପରିମଳ ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି।
ଭୁବନେଶ୍ୱର ଓଡ଼ିଶାର ପ୍ରଥମ ‘ରାଜ୍ୟ ସ୍ୱଚ୍ଛ ସହର’ ଭାବେ ମାନ୍ୟତା ପାଇବା ସହ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ୫ମ ସ୍ଥାନ ଅଧିକାର କରିଛି। ସେହିପରି ପୁରୀ ଦେଶର ଶ୍ରେଷ୍ଠ ସ୍ୱଚ୍ଛ ଉପକୂଳବର୍ତ୍ତୀ ସହର ଭାବେ ପ୍ରଥମ ସ୍ଥାନ ଦଖଲ କରିଛି। ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦,୦୦୦ରୁ ୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳ ସ୍ୱଚ୍ଛତା ବର୍ଗରେ ୨ୟ ସ୍ଥାନ ଅଧିକାର କରିବାକୁ ସକ୍ଷମ ହୋଇଛି।
ଏପଟେ ଦେଶର ସବୁଠାରୁ ସ୍ୱଚ୍ଛ ସହର ବର୍ଗରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଦୀର୍ଘ ୮ ବର୍ଷ ଧରି ମଧ୍ୟପ୍ରଦେଶର ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର ମାନ୍ୟତା ପାଇ ଆସୁଥିଲା।
କିନ୍ତୁ ୨୦୨୫-୨୫ ସ୍ୱଚ୍ଛ ସର୍ବେକ୍ଷଣରେ ସବୁ କିଛି ବଦଳି ଯାଇଛି। ଏବେ ମହାରାଷ୍ଟ୍ରର ନଭି ମୁମ୍ବାଇ ବନିଛି ଦେଶର ସବୁଠାରୁ ସ୍ୱଚ୍ଛ ସହର। ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରଟ ଓ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶର ବିଜୟୱାଡା।
ସବୁଠାରୁ ସ୍ୱଚ୍ଛ ନଦୀ କୂଳ ସହର ତାଲିକାର ୧ ନମ୍ବର ସ୍ଥାନରେ ରହିଛି ମଧ୍ୟପ୍ରଦେଶର ରେୱା ରହିଥିବା ବେଳେ ହମାଳୟ ସହର ତାଲିକାରେ ରୁଦ୍ରପୁର ଶୀର୍ଷ ସ୍ଥାନ ହାସଲ କରିଛି। ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସ୍ୱଚ୍ଛ ତାଲିକା ସହରର ୧ନମ୍ବରରେ ଗ୍ରେଟର ବିଶାଖାପଟନମ ରହିଛି। ୩ ଲକ୍ଷରୁ ୧୦ ଲକ୍ଷ ଲୋକ ରହୁଥିବା ସହରଗୁଡ଼ିକ ମଧ୍ୟରେ ଉଜ୍ଜୟୀନ ସବୁଠାରୁ ସ୍ୱଚ୍ଛ ସହର ମାନ୍ୟତା ପାଇଛି।
ବିଗତ ୮ ବର୍ଷ ହେଲା ଦେଶର ସ୍ୱଚ୍ଛ ସହର ମାନ୍ୟତା ପାଇ ଆସୁଥିବା ଇନ୍ଦୋର ଏଥର ସର୍ଭେ ବେଳେ ଭିନ୍ନ ବର୍ଗରେ ରହିଥିଲା। ମେଣ୍ଟୋର ସିଟି ବର୍ଗରେ ଇନ୍ଦୋର ସହ ପାର୍ଟନର ସହର ଦେପାଲପୁର ଦ୍ୱିତୀୟ ସ୍ଥାନ ପାଇଛି।
ନୂଆ କରି ଯୋଡ଼ା ଯାଇଥିବା ସ୍ୱଚ୍ଛ ସହର ଯୋଡ଼ିରେ ଇନ୍ଦୋରକୁ ଏପରି ସଫଳତା ମିଳିଛି। ଏହି ବର୍ଗରେ ଅହମଦାବାଦ ସହ ସହଯୋଗୀ ସାନନ୍ଦ ଦ୍ୱିତୀୟ ଏବଂ ତ୍ରିରୁପତି ସହ କୁପ୍ପାମ ତୃତୀୟ ସ୍ଥାନରେ ଅଛନ୍ତି।
୫୦ ହଜାରରୁ ୩ ଲକ୍ଷ ଲୋକ ରହୁଥିବା ସହ ବର୍ଗରେ ମଧ୍ୟପ୍ରଦେଶର ଦେୱା ଓ ସାଗର ଯଥାକ୍ରମେ ପ୍ରଥମ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ନୂଆଦିଲ୍ଲୀ ମ୍ୟୁନିସପାଲ କାଉନସିଲ ଏହି ବର୍ଗରେ ଦ୍ୱିତୀୟରେ ରହିଛି। ୨୦ ହଜାରରୁ ୫୦ ହଜାର ଲୋକ ରହୁଥିବା ବର୍ଗରେ ମହାରାଷ୍ଟ୍ରର ଭିଟା ପ୍ରଥମ ସ୍ଥାନରେ, ଓଡ଼ିଶାର ଆସ୍କା ଦ୍ୱିତୀୟ ଓ ଗୋଆର ପାଣାଜୀ ତୃତୀୟ ସ୍ଥାନରେ ଅଛି।
📲Get App