🔥 TRENDING पकरीबरावां में ट्रांसफॉर्मर में लगी आग... କାର୍ତ୍ତିକ ମାସରେ ଗୁଣୁପୁର ସହର ଭକ୍ତିମୟ, ଜ... वाराणसी में गुमशुदा बच्चों की बरामदगी... 🚨 અડતાળામાં પાણીના વિવાદ બાદ પોલીસનો... कार्तिक मेले में श्रद्धालुओं से Need 2... Drishti IAS Releases Daily Madhya Prad...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଟ୍ରକକୁ ପଛରୁ ପିଟିଲା ଟୁରିଷ୍ଟ ବସ୍‌; ୧୬ ଆହତ, ୨ ଗୁରୁତର କଟକ ସ୍ଥାନାନ୍ତର

✍️ Reporter: Deepak Mahapatra 🗓 13 Nov 2026, 02:30 PM 👁 72
Share: 💬 WhatsApp 📘 Facebook 𝕏 Post
ଯାଜପୁର ଜିଲ୍ଲା ବଡ଼ଚଣା ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହୀ ବସ୍ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ପ୍ରାୟ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ବଡଚଣା ରାଜପଥରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପଶ୍ଚିମବଙ୍ଗ ମେଦିନୀପୁରରୁ ପୁରୀ ଯାଉଥିବା ବସ୍‌ ପିଟି ଦେଇଛି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୬ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟ କେତେକ ସାମାନ୍ୟ ଆହତ ହୋଇଛନ୍ତି।
ଖବର ପାଇ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅଧିକ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ଓ କୁଆଖିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
📲Get App